ମୋ ବସ୍‌ରେ ଆଜି ଗଲେ ୫୦ ହଜାର ଯାତ୍ରୀ

ଭୁବନେଶ୍ବର : କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରାଜଧାନୀରେ ‘ମୋ ବସ୍’ ସେବା ଆରମ୍ଭ ହେବା ପରେ ଏହା ରାଜଧାନୀବାସୀଙ୍କ ଗମନାଗମନର ପ୍ରଥମ ପସନ୍ଦ ପାଲଟିଛି।   ଆଜି ମୋ ବସ୍‌ରେ ୫୦, ୦୦୨ ଜଣ ଯାତ୍ରୀ ଯାତାୟାତ କରିଛନ୍ତି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। ଦୁଇ ସପ୍ତାହ ତଳେ ମୋ ବସ୍‌ର ଦୈନିକ ଯାତ୍ରୀ ହାର ୩୨ହଜାର ଥିବାବେଳେ ଆଜି ଏହା ୫୦ହଜାର ଟପିଛି।  ଆଜି ୬ଲକ୍ଷ ୨୦ହଜାର ୭୮ଟଙ୍କା ଭଡ଼ା ଆକାରରେ ଆଦାୟ ହୋଇଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ପାତ୍ରପଡ଼ା ରୁଟ୍‌ରେ ଅଧିକ ଯାତ୍ରୀ ଯାତାୟାତ କରୁଥିବାବେଳେ ଆଜି ଭଡ଼ା ବାବଦକୁ ୪ଲକ୍ଷ ୬୮ହଜାର ୮୮୨ଟଙ୍କା ଆଦାୟ ହୋଇଛି। ସେହିପରି ପଟିଆ ରୁଟ୍‌ରେ ୧ଲକ୍ଷ ୪୬ହଜାର ୨୬୧ଟଙ୍କା, ଜନତା ମଇଦାନ‌ ରୁଟ୍‌ରେ ୪,୯୩୫ଟଙ୍କା ଆଦାୟ ହୋଇଛି। ଯାତ୍ରୀଙ୍କ ଟିକେଟ୍‌ ବାବଦକୁ ୬ଲକ୍ଷ ୧୯ହଜାର ୯୦୨ଟଙ୍କା ଆଦାୟ ହୋଇଥିବାବେଳେ ଲଗେଜ୍ ବାବଦକୁ ୧୩୭ଟଙ୍କା ଆଦାୟ ହୋଇଛି।  ସୁବଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି  ମୋ ବସ୍‌ରେ ସରକାରୀ ଓ ବେସରକାରୀ କର୍ମଚାରୀମାନେ ଅଧିକ ଯାତାୟାତ କରୁଛନ୍ତି।  କିନ୍ତୁ କୌଣସି ଲୋକ କାର୍ଡ ମାଧ୍ୟମରେ ଟିକେଟ୍ କାଟି ନାହାନ୍ତି। ଆଜି ସମସ୍ତ ଟିକେଟ୍ ଫି’ ନଗଦ ଅର୍ଥ ଆକାରରେ ଆଦାୟ ହୋଇଛି।

ସମ୍ବନ୍ଧିତ ଖବର