ଅପରାହ୍ଣ ୧ଟା ପର୍ଯ୍ୟନ୍ତ ‘ମୋ ବସ୍‌’ ଚାଲିବନି

ଭୁବନେଶ୍ବର: ବିଭିନ୍ନ ଶ୍ରମିକ ସଂଘର ଦୁଇଦିନିଆ ଧର୍ମଘଟ ପାଇଁ ରାଜଧାନୀରେ ଅଟୋ ଚଳାଚଳ ବନ୍ଦ ରହିବ। ‘ମୋ ବସ୍‌’ ମଧ୍ୟ ଅଧା ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ମୋ ବସ୍‌ ସକାଳ ୫ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହାପରେ ଯଦି ସ୍ଥିତି ସୁଧୁରିବ ତେବେ ବସ୍ ଚଳାଚଳ କରିବ। ନଚେତ ପୂରା ବନ୍ଦ ରହିବ।

ସମ୍ବନ୍ଧିତ ଖବର