ଶିକ୍ଷୟିତ୍ରୀଙ୍କୁ ପର୍ସ ଫେରାଇଲେ ମୋ ବସ୍‌ କର୍ମଚାରୀ

ଭୁବନେଶ୍ବର : ପୁଣି ଥରେ ମୋ ବସ୍‌ର କର୍ମଚାରୀମାନେ ନିଜର ସଚ୍ଚୋଟତା ଦେଖାଇଛନ୍ତି। ମଙ୍ଗଳବାର ବିଜେଇଏମ୍‌ ସ୍କୁଲର ଜଣେ ଶିକ୍ଷୟିତ୍ରୀ ମୋ ବସ୍‌ରେ ସ୍କୁଲ ଆସିବା ବେଳେ ବସ୍‌ ଭିତରେ ତାଙ୍କର ପର୍ସ ଛାଡ଼ି ଚାଲି ଯାଇଥିଲେ। ବସ୍‌ ରହିବା ପରେ ଗାଡ଼ିର କ୍ୟାପଟେନ୍ ଓ ଗାଇଡ୍‌ ପର୍ସଟି ପାଇବା ପରେ ବସ୍‌ ଡିପୋରେ ଅଧିକାରୀଙ୍କୁ ଦେଇଥିଲେ। ଏହାପରେ ପର୍ସଟିକୁ କ୍ରୁଟ୍‌ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା। ଏଥିରେ ସୁନା ଅଳଙ୍କାର, ଟଙ୍କା, ଏଟିଏମ୍‌ କାର୍ଡ ଥିବାରୁ କ୍ରୁଟ୍‌ କର୍ତ୍ତୃପକ୍ଷ ପର୍ସଟିକୁ ଫେରାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଆଉ ଆଜି ବିଜେଇଏମ୍‌ ସ୍କୁଲର ଶିକ୍ଷୟିତ୍ରୀ ସୁଜାତା ନାୟକ କ୍ରୁଟ୍‌ କାର୍ଯ୍ୟାଳୟକୁ ଆସି ତାଙ୍କ ପର୍ସ ନେଇଥିଲେ। ମୋ ବସ୍‌ କର୍ମଚାରୀଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। କ୍ରୁଟ୍‌ ପକ୍ଷରୁ ମଧ୍ୟ ବସ୍‌ର କ୍ୟାପଟେନ୍ ବୁଲୁ ପ୍ରଧାନ ଏବଂ ଗାଇଡ୍‌ ଜୀବନଜ୍ୟୋତି ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର