ମାସିକ ସମ୍ବାଦ ପତ୍ରିକା ‘ଦୂରଦର୍ଶୀ’ର ସ୍ବନକ୍ଷତ୍ର ଉତ୍ସବ

ସାମ୍ବାଦିକତା ଦୂରଦର୍ଶୀ ସହ ସମଦର୍ଶୀ ହେବା ବାଞ୍ଛନୀୟ

ଭୁବନେଶ୍ବର: ସାମ୍ବାଦିକତା ଦୂରଦର୍ଶୀ ହେବା ସହ ସମଦର୍ଶୀ ହେବା ବାଞ୍ଛନୀୟ। ସାମ୍ବାଦିକତା ଓ ସାହିତ୍ୟ ଦୂରଦୃଷ୍ଟି ସହ ଅନ୍ତରଦୃଷ୍ଟିକୁ ମଧ୍ୟ ଏକ ସମୟରେ ବହନ କରିବା ଦରକାର। ଏହି ଭାବଧାରା ‌କେବଳ ଭାରତୀୟ ଚିନ୍ତା ଓ ଚେତନାରେ ପ୍ରତିଫଳିତ ହୁଏ। ଆମର ସାମ୍ବାଦିକତା ଓ ସାହିତ୍ୟ ଆମର ପ୍ରାଚୀନ ମୂଲ୍ୟବୋଧକୁ ଆଧାର କରି ବିକଶିତ ହେବା ଉଚିତ ବୋଲି ମାସିକ ସମ୍ବାଦ ପତ୍ରିକା ‘ଦୂରଦର୍ଶୀ’ର ଏକାଦଶ ସ୍ବନକ୍ଷତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗ‌ଣେଶୀ ଲାଲ୍‌ କହିଛନ୍ତି। ଆଜି ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଦୂରଦର୍ଶୀ’ର ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ, କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପତ୍ରିକାର ସ୍ବନକ୍ଷତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ଡି. ମୁରଲିକ୍ରିଷ୍ଣା, ସୁଶାନ୍ତ କୁମାର ପଣ୍ଡା, ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ସୂର୍ଯ୍ୟ ଦେଓ, ସରୋଜ କୁମାର ଦାଶ, ଦେବୁ ପଟ୍ଟନାୟକ, ସୁଶାନ୍ତ କୁମାର ବିଶୋୟୀ, ଶୁଭଶ୍ରୀ ମହାରଣା, ଦୁର୍ଯ୍ୟୋଧନ ମିଶ୍ର, ସୌମ୍ୟା ପ୍ରଧାନ ଓ ରାକେଶ ବିଶ୍ବାଳ ପ୍ରମୁଖଙ୍କୁ ‘ଦୂରଦର୍ଶୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ସାମ୍ବାଦିକ ପ୍ରସନ୍ନ ବିଶୋୟୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଦେଇଥିଲେ।

ସମ୍ବନ୍ଧିତ ଖବର