ବିପନ୍ନଙ୍କ ସହ ଧାରଣାରେ ସାମିଲ ହେଲେ ସାଂସଦ

ବାଲିଅନ୍ତା: ଫନି କ୍ଷୟକ୍ଷତି ଜନିତ ସହାୟତା ଦାବିରେ ଆଜି ଏକ ହଜାରରୁ ଅଧିକ ପରିବାର ବାଲିଅନ୍ତା ପଞ୍ଚାୟତ ସମିତି ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ସାମିଲ ହୋଇଥିଲେ। ଆର୍ଥିକ ସହାୟତା ଓ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବା ‌ଦିଗରେ ତହସିଲ ପ୍ରଶାସନ, ଜିଲ୍ଲା ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରି ତ୍ବରିତ ପଦକ୍ଷେପ ଗ୍ରହଣ କରି‌‌ବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିକଟରେ ୨୬୩ଟି ଅଭିଯୋଗ ହୋଇଥିବା ସାଂସଦଙ୍କ ପ୍ରତିନିଧି ସିଦ୍ଧେଶ୍ବର ନାଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର