ମୁକ୍ତ ଚିନ୍ତନ ମଞ୍ଚର ୧୫୬ତମ ଆଲୋଚନାଚକ୍ର

ଭୁବନେଶ୍ବର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଦ୍ୟାଭବନ ସଭାଗୃହରେ ୧୫୬ତମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାର ବିଷୟବସ୍ତୁ ରହିଥିଲା ‘ଆଜିର ନିର୍ବାଚନ-ଗଣତନ୍ତ୍ରର ପ୍ରହସନ’। ହିନ୍ଦୁସ୍ତାନର ଧର୍ମ ଓ ସଂସ୍କୃତିରେ ଗଣତନ୍ତ୍ର ରହିଆସିଛି। କାରଣ ଦେଶ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଓ ସଂସ୍କୃତି ଭିତରେ ବାନ୍ଧି ହୋଇ ରହିନାହିଁ। ମାତ୍ର ରାଜନୈତିକ ଗଣତନ୍ତ୍ର ଆମ ଉପରେ ଲଦି ଦିଆଯାଇଛି। କିଛି ପୁସ୍ତକରେ ଗଣତନ୍ତ୍ରର ନକାରାତ୍ମକ ଦିଗ ଉପରେ ଆଲୋଚନା ହୋଇଥିବା ବେଳେ ଅନ୍ୟ କେତେକ ପୁସ୍ତକ‌ରେ ଏହାର ସକାରାତ୍ମକ ଦିଗ ପ୍ରସ୍ତୁତ କରାଯାଇଛି। ତେବେ ଚେତନାରେ ପରିବର୍ତନ ଆସିଲେ ଗଣତନ୍ତ୍ରରେ ସୁଧାର ଆସିବ ବୋଲି ମତ ପ୍ରକାଶ ପାଇଛି। ‘ସମୟ’ର ସଂପାଦକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡା. ଅଶୋକ ମହାପାତ୍ର, ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ବରଂଜନ, ସମ୍ମାନିତ ବକ୍ତା ତଥା ‘ନିତିଦିନ’ର ସଂପାଦକ ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୨୦୧୯/୨୦ବର୍ଷ ପାଇଁ ଶାରଳା ପାଞ୍ଜି ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ମଞ୍ଚର ସଂପାଦକ ପୀତାବସ ରାଉତରାୟ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଦାମୋଦର ସେନାପତି, ଅମିତାପ୍ରଭା ସ୍ବାଇଁ ଓ ମଧୁସ୍ମିତା ବିଶ୍ବାଳ ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର