ଭୁବନେଶ୍ବର: ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଫେରିବାକୁ ସହଯୋଗର ହାତ ବଢ଼ାଇଛନ୍ତି କିଛି ଓଡ଼ିଆ ସମାଜସେବୀ। ସମସ୍ୟାରେ ପଡ଼ିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଟ୍ରେନ ଓ ବସ୍ରେ ଫେରିବା ପାଇଁ ମୁମ୍ବାଇରେ ରହୁଥିବା ଏହି ଓଡ଼ିଆ ସମାଜସେବୀ ଟିକେଟ୍ର ବ୍ୟବସ୍ଥା କରିଛନ୍ତି। ଏଥିସହ ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ମାସ୍କ ଏବଂ ଅନ୍ୟ ସାମଗ୍ରୀ ଯୋଗାଇ ମଧ୍ୟ ଦେଇଛନ୍ତି। ମୁମ୍ବାଇରେ ରହୁଥିବା ପ୍ରତ୍ୟୁଷ ପଣ୍ଡା, ସାରିକା ଜୈନ ଓ ପଙ୍କଜ ଅଗ୍ରୱାଲ ଏ ଅସମୟରେ ନିଜ ଓଡ଼ିଆ ଭାଇମାନଙ୍କ ପାଇଁ ଏହି ସୁବିଧା କରାଇଛନ୍ତି। ପ୍ରତ୍ୟୁଷ କହିଛନ୍ତି, ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରିବାକୁ ଚାହୁଁଛନ୍ତି। ଏମିତିକି କିଛି ଶ୍ରମିକ ଚାଲିଚାଲି ପଳାଉଥିବା ଖବର ପାଇବା ପରେ ତାହା ଆମକୁ ଆନ୍ଦୋଳିତ କରିଥିଲା। ସେମାନଙ୍କୁ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଫଳସ୍ବରୂପ କିଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ପଠାଇବାରେ ସଫଳ ହୋଇଥିବାରୁ ଏହା ଆମକୁ ଆତ୍ମ ସନ୍ତୁଷ୍ଟି ଦେଇଛି ବୋଲି ସେ କହିଛନ୍ତି।
ମୁମ୍ବାଇ ଓଡ଼ିଆ ସମାଜସେବୀ ଅଟକି ରହିଥିବା ଶ୍ରମିକଙ୍କୁ ଓଡ଼ିଶା ପଠାଇଲେ
/sambad/media/post_attachments/wp-content/uploads/2020/05/8sfh78f9s7hsf98h7sf98hsfsfsfsfsfsfsfsfsfsfsfsfsfsfhsfhsfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)