ମ୍ୟୁଜିକ୍‌ ସିଜଲରର ସଙ୍ଗୀତ କାର୍ଯ୍ୟକ୍ରମ, ଗୀତ ଗାଇ ମନ ମୋହିଲେ ୨୮ କଣ୍ଠଶିଳ୍ପୀ

ଭୁବନେଶ୍ୱର: ମ୍ୟୁଜିକ୍‌ ସିଜଲର ପକ୍ଷରୁ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆ‌ଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବୀନ ଏବଂ ପ୍ରବୀଣ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟା ଆରମ୍ଭ ହୋଇଥିଲା କଣ୍ଠଶିଳ୍ପୀ ତନ୍ମୟଙ୍କ ସଙ୍ଗୀତ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ପୁକାର୍‌ତା ଚଲା ହୁଁ ମେଁ…। ଏହାପରେ ପଲ୍ଲବୀ ପରିବେଷଣ କରିଥିଲେ ପୱନ ଧୁଣ୍ଡେ କିସେ…। ପରେ ପରେ କଣ୍ଠଶିଳ୍ପୀ ବବିଙ୍କ କଣ୍ଠରେ ଥିଲା ଏକ ରୋଜ ମେଁ ତଡପ୍‌କର୍‌..। ଏହାପରେ ୱ ହସିନ ଦର୍ଦ ଦେ…କୁ ନିଖୁଣ ଭାବେ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ପୁଷ୍ପା। ଏହି କାର୍ଯ୍ୟକ୍ରମରେ ଅନ୍ୟ କଣ୍ଠଶିଳ୍ପୀମାନଙ୍କ ମଧ୍ୟରେ ରଶ୍ମି, ତନୁଶ୍ରୀ, ବରଦା, ଗୁଲସନ, ବିବେକ୍‌, ରାକ୍ଷୀ ଓ ଦେବ ଦାସ ପ୍ରମୁଖ ୨୮ରୁ ଅଧିକ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟାର ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଇଂ କମଳାକାନ୍ତ ମହାନ୍ତି, ସମୀକ୍ଷକ ଦିଲୀପ ହାଲି, ବିଭୂତି ଭୂଷଣ ଦାଶଙ୍କ ସହିତ ଅନୁଷ୍ଠାନର କୁମାର ଗୌରବ ଏବଂ ସାରଦା ପ୍ରସନ୍ନ ସାହୁ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର