ମ୍ୟୁଜିକାଲ୍‌ ଭାଲେଣ୍ଟାଇନ୍‌ ତୁ ସାୟର ହୈ…

ଭୁବନେଶ୍ବର: ବ୍ଲୁ ଷ୍ଟ୍ରାଇପ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ଗ୍ରୁପ୍‌ ପକ୍ଷରୁ ପ୍ରେମ ଓ ଦେଶଭକ୍ତି ସଂଗୀତର କାର୍ଯ୍ୟକ୍ରମ ମ୍ୟୁଜିକାଲ୍‌ ଭାଲେଣ୍ଟାଇନ୍‌ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମେରା ମୁଲ୍‌କ.., କୋଏଲ୍‌ସି ତେରି ବୋଲି.., ତୁ ସାୟର ହୈ.., ବାଜିଗର ଓ ବାଜିଗର.., ବାହୋଁ କେ ଦରମିୟାଁ.., ରୂପ ତେରା ମସ୍ତାନା.., ଛୋଟି ଚୋଟି ରାତେଁ.., ଏ ମେରେ ହମ୍‌ସଫର୍‌.., କୁଛ୍‌କୁଛ୍‌ ହୋତା ‌ହୈ.., ଆଜା ସନମ୍‌..ଭଳି ହିନ୍ଦୀ ଗୀତରେ ବିଭୋର୍‌ ହୋଇଥିଲେ ଶ୍ରୋତା। ଗାଇ ଶୁଣାଇଥିଲେ ବିବେକ, ସୌରଭ, ସ୍ବର୍ଣ୍ଣାଳି, ଶେଫାଳି, ରୋଜାଲିନ୍‌, ଅରୂପା, ସୁହାନା, ଗୁଲ୍‌ସନ୍‌, ତୁଷାର, ସୁହାନା ଓ କୌଶିକ।

ଏହି ଅବସରରେ ପ୍ରାକ୍ତନ ଆର୍ମି ଡାକ୍ତର ଏସ୍‌ଆର୍‌ ଦାସ, ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଡ.ଏସ୍‌କୋ ତାମୋଟିଆ, ଦି ଏଭରଗ୍ରିନ୍‌ର ଚେୟାରମ୍ୟାନ୍‌ ଇଂ କମଳାକାନ୍ତ ମହାନ୍ତି, ଆକ୍ସିସ୍‌ ବ୍ୟାଙ୍କ୍‌ର ପ୍ରଶାନ୍ତ ମିଶ୍ର, ପ୍ରଗତିର ସାଧାରଣ ସମ୍ପାଦକ ସୁଧାଂଶୁ ମାରିକ, ତପନ ମହାନ୍ତି, ଚିନ୍ମୟ ମହାନ୍ତି, କୌଶିକ ପଟ୍ଟନାୟକ ଏବଂ ଦେବଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଗୁଲ୍‌ସନ ନଦିମ୍‌ ଏବଂ ଆଲିଶା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର