ଶିବରାମ ପଲାଇଙ୍କ ମଟନ ସୁପ୍‌

ଆଜିକାଲିର ଖାଦ୍ୟଶୈଳୀରେ ‘ସୁପ୍‌’ର ସ୍ଥାନ ସ୍ୱତନ୍ତ୍ର। ଏହି ଉଭୟ ଆମିଷାଶୀ ଓ ନିରାମିଷାଶୀମାନଙ୍କ ପାଇଁ ‘ସୁପ୍‌’ ସାନ୍ଧ୍ୟଭୋଜନର ନିର୍ଭରଯୋଗ୍ୟ ଆଇଟମ୍‌ ହୋଇପାରିଛି। ଏହା ପାଟିକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପକ୍ଷେ ବହୁ ହିତକର ମଧ୍ୟ। ମସରୁମ୍‌ ସୁପ୍‌, ଚିକେନ୍‌ ସୁପ୍‌, ମଟନ୍‌ ସୁପ୍‌ ଓ ଭେଜିଟେବୁଲ ସୁପ୍‌ ଆଦି ବଜାରରେ ଉପଲବ୍ଧ। ସେଥିମଧ୍ୟରୁ ମଟନ ସୁପ୍‌କୁ ଯୁବପିଢ଼ି ବେଶି ପସନ୍ଦ କରୁଥିବା ବେଳେ ଏନେଇ ଶିବରାମ ପଲାଇଙ୍କ ଷ୍ଟଲ୍‌ରେ ପ୍ରବଳ ଗହଳି ଦେଖିବାକୁ ମିଳେ। ୟୁନିଟ୍‌-୯ସ୍ଥିତ ଭୋଇ ନଗରଠାରେ ରହିଛି ତାଙ୍କର ଏହି ଷ୍ଟଲ୍‌। ମଟନ ଗୋଡ଼ରେ ଅଦା, ତେଜପତ୍ର, ଗୋଲମରିଚକୁ ପ୍ରାୟ ୧ଘଣ୍ଟା ୧୫ମିନିଟ୍‌ ସିଝା ହୁଏ। ତା’ପରେ ଗୋଟେ କଡ଼େଇରେ ବଟର ପକାଇ ସେଥିରେ ମଇଦାକୁ ନାଲି ହେବା ଯାଏଁ ଭଜା ଯାଏ। ଏହା ପ୍ରସ୍ତୁତ ହେବା ପରେ ସେଥିରେ ଏହି ସୁପ୍‌କୁ ଢାଳି ସେଥିରେ ଲୁଣ, ଚିଲି ସସ୍‌ ଓ କ୍ଷୀରକୁ ମିଶାଇ ଫୁଟାଯାଏ। ପରଶିଲା ବେଳେ ସେଥିରେ ଟିକେ ଧନିଆ ପତ୍ର ଓ ବଟର ମିଶାଇ ଦିଆଯାଏ। ଗୋଟେ କପ୍‌ ମଟନ୍‌ ସୁପ୍‌ର ଦାମ୍‌ ରହିଛି ମାତ୍ର ୩୦ଟଙ୍କା। ଆମିଷ ପ୍ରିୟ ଜାଣିଥିବେ ଏହା କେତେ ସ୍ୱାଦିଷ୍ଟ। ଆପଣ ବି ଥରେ ଆସି ପିଇକି ଦେଖନ୍ତୁ ନା।

ସମ୍ବନ୍ଧିତ ଖବର