ବଡ଼ଦିନ ଓ ନୂଆବର୍ଷ ପାଇଁ ସୋମବାରରେ ଖୋଲା ରହିବ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନର ଛୁଟି ଦିନ ସୋମବାରରେ ଆଗାମୀ ବଡ଼ଦିନ ଓ ନୂଆବର୍ଷ ପଡ଼ିଥିବାରୁ ଉକ୍ତ ସ୍ୱତନ୍ତ୍ର ଦୁଇ ଦିନ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତୃପକ୍ଷ ଘୋଷଣା କରିଛନ୍ତି। ତେବେ ଏହା ବଦଳରେ ବଡ଼ଦିନର ପରଦିନ ଓ ନୂଆବର୍ଷର ପରଦିନ ଉଭୟ ମଙ୍ଗଳବାରରେ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର