ନନ୍ଦନକାନନରେ ମାଣ୍ଡାରିନ୍‌ ବତକର ମୃତ୍ୟୁ

ବାରଙ୍ଗ: ଆଜି ନନ୍ଦନକାନନର ମୁକ୍ତ ବିହଙ୍ଗ ବିହାର ମଧ୍ୟରେ ରହୁଥିବା ଏକ ପୁରୁଷ ମାଣ୍ଡାରିନ୍‌ ବତକର ମୃତ୍ୟୁ ହୋଇଛି। ଏହାଫଳରେ ମାଣ୍ଡାରିନ୍‌ ବତକ ସଂଖ୍ୟା ୯କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ୬ଟି ମାଈ ଓ ୩ଟି ପୁରୁଷ ଅଛନ୍ତି। ଅନ୍ୟପକ୍ଷରେ ନନ୍ଦନକାନନରେ ଆଜି ମଧ୍ୟ ୩ଟି ପୁରୁଷ ଚିତ୍ରା ହରିଣଙ୍କର ଅସ୍ତ୍ରୋପଚାର କରି ବନ୍ଧ୍ୟାକରଣ କରାଯାଇଛି। ନନ୍ଦନକାନନରେ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଚିତ୍ରା ହରିଣ ବଂଶକୁ ନିୟନ୍ତ୍ରଣ କରିବା ଲାଗି ଗତ ୩ ମାସ ହେଲାଣି କର୍ତୃପକ୍ଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତିି।

ସମ୍ବନ୍ଧିତ ଖବର