ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍‌, ପର୍ଯ୍ୟଟକ ଭୟଭୀତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ’ର ସିଂହ ସଫାରିରେ ଶନିବାର ପର୍ଯ୍ୟଟକଙ୍କ ବସ ଫସିଛି। ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ୪୫ ଜଣ ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ସିଂହ ସଫାରି ବୁଲାଇବାକୁ ପର୍ଯ୍ୟଟକ ବସ୍‌ ବାହାରି ଥିଲା। ସିଂହ ସଫାରି ଭିତରକୁ ପ୍ରବେଶ କରିବାର କିଛି ସମୟ ପରେ କାଦୁଅ ରାସ୍ତାରେ ଫସିଯିବାରୁ ବସ୍‌ଟି ଆଗକୁ ଯାଇ ପାରି ନଥିଲା। ଏହି ସମୟରେ ସଫାରି ପରିସରରେ ୨ଟି ସିଂହ ବୁଲୁଥିଲେ। ଏହାକୁ ଦେଖି ପର୍ଯ୍ୟଟକମାନେ ଆହୁରି ଭୟଭୀତ ହୋଇ ଯାଇଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ବୁଲୁଥିବା ସିଂହକୁ କୌଶଳ କ୍ରମେ ଏକ ଯନ୍ତାରେ ଧରାଯାଇ ଜଙ୍ଗଲ ଭିତରକୁ ନିଆଯିବା ପରେ ପର୍ଯ୍ୟଟକମାନେ ଆଶ୍ୱସ୍ତି ଲାଭ କରିଥିଲେ। ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଆଉ ଏକ ବସ ଯାଇ ପର୍ଯ୍ୟଟଙ୍କୁ ନେଇଥିଲା।

ସମ୍ବନ୍ଧିତ ଖବର