ନନ୍ଦନକାନନରେ ପହଞ୍ଚିଲେ ଧୂସର ଗଧିଆ

ବାରଙ୍ଗ: ମହୀଶୂର ଚିଡ଼ିଆଖାନାରୁ ହଳେ ଧୂସର ରଙ୍ଗର ଗଧିଆ (ଗ୍ରେ’ଉଲଭସ୍‌) ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଆଜି ସକାଳେ ସେମାନେ ଏଠାରେ ପହଞ୍ଚିବା ପରେ ତାଙ୍କୁ କ୍ବାରେନ୍‌ଣ୍ଟାଇନ୍‌ ପରିସରରେ ଛଡ଼ା ଯାଇଛି। ଗଧିଆଦ୍ୱୟ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଥିବା ଜଣାଯାଇଛି। ତେବେ ନୂଆ ଜାଗାଟି ଅଡ଼ୁଆ ଲାଗିବାରୁ ସେମାନେ ପ୍ରଥମେ ଇତସ୍ତତ ହୋଇ ଖୁଆଡ଼ ମଧ୍ୟରେ ବୁଲିଥିଲେ। ନନ୍ଦନକାନନ ଜନ୍ତୁରକ୍ଷକଙ୍କ ଦ୍ୱାରା ସେମାନଙ୍କୁ ମାଂସ ଖାଇବାକୁ ଦିଆଯାଇଥିଲେ ମଧ୍ୟ ସେମାନେ ବାରଣ କରିଥିଲ। କେବଳ ଆଣ୍ଟିଟ୍ରେସ୍‌ ଔଷଧ ମିଶ୍ରତ ପାଣିକୁ ବାରବାର ପିଇ ଖୁଆଡ଼ ସାରା ବୁଲି ବୁଲି ପରିସ୍ରା କରିଥିଲେ। ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଏଠାରେ କିଛି ଦିନ ରଖାଯିବା ପରେ ସେମାନଙ୍କୁ ଅନ୍ୟ ଖୁଆଡ଼କୁ ସ୍ଥାନାନ୍ତର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର