ନନ୍ଦନକାନନ ଖବର: ବାଘ ‘ରୋଶନ’ ଶଯ୍ୟାଶାୟୀ, ଜନ୍ମନେଲା ଗୟଳ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ବୁଧବାର ଏକ ବାଘ ‘ରୋଶନ’ ଶଯ୍ୟାଶାୟୀ ହୋଇଛି। ଅପରପକ୍ଷେ ଆଜି ଏହି ଚିଡ଼ିଆଖାନାରେ ଏକ ଗୟଳ ଶାବକ ଜନ୍ମ ନେଇଛି।

ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ଜନ୍ମ ନେଇଥିବା ରୋଶନର ଶଯ୍ୟାଶାୟୀ ହୋଇଛି। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିବା କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି। ଏହି ବାଘ ବିଭିନ୍ନ ସମୟରେ ୧୦ଟି ବାଘ ଛୁଆର ପିତୃତ୍ୱ ଲାଭ କରି ପାରିଛି। ରୋଶନ ଔରଷରୁ ଜନ୍ମ ନେଇଥିବା ୫ଟି ବାଘ ୨୦୧୧ରେ ମୃତ୍ୟୁ ମୁଖରେ ପଡ଼ିଥିଲେ।

ସୂଚନାଯୋଗ୍ୟ ଗତ ୪ ତାରିଖରେ ରୋଶନର ଗୋଡ଼ ପାରାଲିସିସ ହେବା ଫଳରେ ଚାଲିବାରେ ଅସମର୍ଥ ହୋଇ ପଡ଼ିଥିଲା। ଫଳରେ ତାଙ୍କୁ ନନ୍ଦନକାନନର ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ପ୍ରାୟ ୨ ଦିନ ପର୍ଯ୍ୟନ୍ତ ସେ କୌଣସି ଖାଦ୍ୟ ଖାଇ ନଥିଲା। ବାଘକୁ ବଂଚାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଗୟଳ ଶାବକ ଜନ୍ମ ନେଇଛି। ଏହାକୁ ମିଶାଇ ଏଠାରେ ଗୟଳ ସଂଖ୍ୟା ୫ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୨ଟି ପୁରୁଷ ଗୟଳ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର