ନନ୍ଦନକାନନ ଖବର: ବାଘ ‘ରୋଶନ’ର ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଗୁରୁବାର ଏକ ବାଘ ‘ରୋଶନ’ର ମୃତ୍ୟୁ ଘଟିଛି। ବାଘକୁ ବଂଚାଇବା ପାଇଁ ଡାକ୍ତରୀ ଟିମ ବହୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶେଷରେ ରୋଶନର ଆଜି ଅପରାହ୍ନ ୩ଟା ୨୦ରେ ମୃତ୍ୟୁ ଘଟିଛି।

ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ରୋଶନ ଜନ୍ମ ହୋଇଥିଲା। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିଲା। ଏହି ବାଘ ବିଭିନ୍ନ ସମୟରେ ୧୦ଟି ବାଘ ଛୁଆର ପିତୃତ୍ୱ ଲାଭ କରି ପାରିଛି। ରୋଶନ ଔରଷରୁ ଜନ୍ମ ନେଇଥିବା ୫ଟି ବାଘ ୨୦୧୧ରେ ମୃତ୍ୟୁ ମୁଖରେ ପଡ଼ିଥିଲେ।

ସୂଚନାଯୋଗ୍ୟ ଗତ ୪ ତାରିଖରେ ରୋଶନର ଗୋଡ଼ ପାରାଲିସିସ ହେବା ଫଳରେ ଚାଲିବାରେ ଅସମର୍ଥ ହୋଇ ପଡ଼ିଥିଲା। ଫଳରେ ତାଙ୍କୁ ନନ୍ଦନକାନନର ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ପ୍ରାୟ ୩ ଦିନ ପର୍ଯ୍ୟନ୍ତ ସେ କୌଣସି ଖାଦ୍ୟ ଖାଇ ନଥିଲା। ବାଘକୁ ବଂଚାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର