ମଞ୍ଚରେ ମୂଲ୍ୟ, ମୂଲ୍ୟବୋଧର ସଂଘର୍ଷ

ନାଟକ ‘ଅଚଳାୟତନ’

ଭୁବନେଶ୍ବର : ମୂଲ୍ୟ ଓ ମୂଲ୍ୟବୋଧର ସଂଘର୍ଷକୁ ନେଇ ଆଜି ଭଂଜ କଳାମଣ୍ଡପରେ ମଂଚସ୍ଥ ହୋଇଛି ନାଟକ ‘ଅଚଳାୟତନ’। ଅନ୍ୟାୟରେ ଅନ୍ୟର ଜମି/ସମ୍ପତିକୁ ହାତେଇବାର କୁପରିଣାମ ବଂଶାନୁକ୍ରମେ କାହାକୁ ନା କାହାକୁ ଭୋଗିବାକୁ ପଡ଼େ। ହଡ଼ପ ସମ୍ପତି ଉପରେ ଦିନେ ବୁଲୋଡଜର ଚଢ଼ାଇ ତା’ର ସତ୍ତାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦିଆଯାଇପାରେ। ଏହିଭଳି ଏକ ମହତ୍ବପୂର୍ଣ୍ଣ ବାର୍ତାଧର୍ମୀ କଥାବସ୍ତୁ ଆଧାରରେ ନାଟକ ଭେଟି ଦେଇଥିଲା ‘ସବୁଜ ନାଟ୍ୟ ସଂସ୍ଥା’।

ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ମୂଳ ଉପନ୍ୟାସ ଆଧାରରେ ପ୍ରସ୍ତୁତ ଏହି ନାଟକର ନାଟ୍ୟରୂପ ଓ ନିର୍ଦେଶନା ଦେଇଥିଲେ ସୀମନ୍ତ ମହାନ୍ତି। ପ୍ରଶାନ୍ତ ମହାପାତ୍ର, ତାରେଶ୍ବର ଦାଶ, ସେବକ ମେହେର, ହିମାଂଶୁ ମିଶ୍ର, ଦୀପ୍ତିରଂଜନ ସାହା, ସୁବାସ ବେହେରା, ଧରିତ୍ରୀ ଖଣ୍ଡୁଆଳ, ଭାସ୍ବତୀ ବସୁ, ସଦାଶିବ ପ୍ରଧାନ ପ୍ରମୁଖଙ୍କୁ ମଂଚରେ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ସେବକ ମେହେର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ମଂଚ ସଜାଇଥିଲେ ପ୍ରଜ୍ଞାଦତ୍ତ ସାହୁ। ସାହିତ୍ୟିକା ସଂଘମିତ୍ରା ମିଶ୍ର, ଗବେଷକ ଅସିତ ମହାନ୍ତି, ଅଜିତ ପଣ୍ଡା, ରତିକାନ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିର୍ଦେଶକ ସୀମନ୍ତ ମହାନ୍ତି ଓ ଦେବପ୍ରସାଦ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର