ମଞ୍ଚସ୍ଥ ହେଲା ‘ତପସ୍ୱିନୀ’

ଭୁବନେଶ୍ୱର : ନାରୀ ଜୀବନ ଏକ ତପସ୍ୟା। ରାମାୟଣରେ ମା’ ସୀତାଙ୍କ ଜୀବନ ଏହାର ସ୍ପଷ୍ଟ ପ୍ରମାଣ ଦିଏ। ସୀତାଙ୍କ ଜୀବନୀକୁ ଆଧାର କରି ନାରୀକୁ ତା’ର ଆତ୍ମଶକ୍ତି ସହ ପରିଚିତ କରିବା, ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ନାରୀକୁ ସ୍ୱାଭିମାନୀ କରିବାରେ ଗଙ୍ଗାଧର ସାହିତ୍ୟରେ ଏକ ଅଭିନବ ନିଦର୍ଶନ ହେଉଛି ‘ତପସ୍ୱିନୀ’। କର୍ତ୍ତବ୍ୟ ପଥରେ ନିଷ୍ଠାର ସହ ଅଗ୍ରସର ହେବାର ପ୍ରେରଣା ତଥା ଆଗାମୀ ଭବିଷ୍ୟତ ପାଇଁ ସ୍ୱାବଲମ୍ବୀ ହେବାର ବାର୍ତ୍ତା ନେଇ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ତପସ୍ୱିନୀ’।

ସମ୍ବଲପୁରସ୍ଥିତ ‘ଅଦୃଶ୍ୟ ନାଟ୍ୟ ଆଶ୍ରମ’ ପକ୍ଷରୁ ପରିବେଷିତ ଏହି ନାଟକର ରଚନା ଅଶୋକ କୁମାର ବହିଦାର ଦେଇଥିବା ବେଳେ ଅତିସ କୁମାର ଶତପଥୀ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଓ ନାଟ୍ୟକାର ତଥା ଅଭିନେତା ଅଜିତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର