ସାଇବର କ୍ରାଇମ୍‌ ଓ ଡାଆଣୀ ସନ୍ଦେହ ରୋକିବାକୁ ସାମୂହିକ ପ୍ରୟାସ ଲୋଡ଼ା

ରାଜ୍ୟ ମହିଳା କମିସନର ଜାତୀୟ ସମ୍ମେଳନ ଉଦ୍‌ଯାପିତ

ଭୁବନେଶ୍ୱର : ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ଏକ ମର୍ଯ୍ୟାଦାଜନକ ସ୍ଥାନ ଦିଆଯାଇଛି। ବେଦ ମହିଳାମାନଙ୍କୁ ମା’, ସୃଷ୍ଟିକର୍ତା ଭାବେ ଅଭିହିତ କରିଛି। କିନ୍ତୁ ଆଜିର ସମାଜରେ ସହରୀ ମହିଳାମାନେ ସାଇବର କ୍ରାଇମ୍‌ ଦ୍ୱାରା ନିର୍ଯାତିତା ହେଉଥିବା ବେଳେ ଗ୍ରାମାଞ୍ଚଳର ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ନିର୍ଯାତନା ଦିଆଯାଉଛି। ଆଜିର ତଥାକଥିତ ସଭ୍ୟ ସମାଜରେ ଏସବୁର ମୂଳୋତ୍ପାଟନ ହେବା ଦରକାର। ଏଥିପାଇଁ ସରକାରଙ୍କ ସହ ବିଭିନ୍ନ ସାମାଜିକ ସଂଗଠନ, ମାନବାଧିକାର କର୍ମୀ, ସଚେତନ ନାଗରିକଙ୍କ ସାମୂହିକ ପ୍ରୟାସ ଲୋଡ଼ା। ରାଜ୍ୟ ମହିଳା କମିସନଙ୍କ ପକ୍ଷରୁ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ଦୁଇ ଦିନଆ ଜାତୀୟ ସମ୍ମେଳନ ‘କ୍ରମବଦ୍ଧିଷ୍ଣୁ ମହିଳା ବିରୋଧୀ ହିଂସା: ସାଇବର କ୍ରାଇମ୍‌ ଓ ଡାଆଣୀ ସନ୍ଦେହ ଏକ ଏକ ଆହ୍ଵାନ’ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ଏସ୍‌.ସି ଜମିର ଏପରି ମତ ପ୍ରକାଶ କରିଛନ୍ତି।

ଏଥିରେ ଏସ୍‌ଆରସିଡବ୍ଲ୍ୟୁ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଅମ୍ରିତା ପଟେଲ, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ଅସିତ ତ୍ରିପାଠୀ, ମାନବାଧିକାର କମିସନର ଭାରାପାପ୍ତ ଅଧ୍ୟକ୍ଷ ବି.କେ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡାଆଣୀ ପରି ଅନ୍ଧବିଶ୍ୱାସ ରୋକିବା ନେଇ ବ୍ୟାପକ ଜନ ସଚେତନତା ସହ ଆହୁରି ଦୃଢ଼ ଆଇନର ଆବଶ୍ୟକତା ଅଛି ବୋଲି କହିଥିଲେ। କମିସନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆବାହକ ମନୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର