ସାଲିଆ ସାହିରେ ନବୀନ-ମୋ ଶଙ୍ଖ ହଲୋଗ୍ରାମ ସୋ’

ଭୁବନେଶ୍ବର: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆ ସାହି ନିକଟ ହାତିଆସୁଣି ପଡ଼ିଆରେ ବିଜେଡିର ନିର୍ବାଚନୀ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ‘ନବୀନ-ମୋ ଶଙ୍ଖ ହଲୋଗ୍ରାମ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ପୂର୍ବତନ କର୍ପୋରେଟର୍‌ ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ସୋ’ରେ ନୃତ୍ୟ ଓ ଗୀତ ମାଧ୍ୟମରେ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ତୁଳନାତ୍ମକ ବିବରଣୀ ଦିଆଯାଇଛି। ବହୁ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇ ଏହି ଅଭିନବ ପ୍ରଚାରକୁ ଦେଖିଥିଲେ।

ସମ୍ବନ୍ଧିତ ଖବର