ଭୁବନେଶ୍ୱର: କିଛିଦିନ ତଳେ ନିମାପଡାରେ ବୃଦ୍ଧାଙ୍କୁ ମାଡ ମାରିବା ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲା ଥମି ନଥିବା ବେଳେ ଏଭଳି ଆଉ ଏକ ଘଟଣା ଘଟିଥିବା ଶୁଣିବାକୁ ମିଳୁଛି। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦୁଇ ଭଇଣୀଙ୍କୁ ପୁଲିସ ନିସ୍ତୁକ ପିଟିଥିବା ଶନିବାର ଅଭିଯୋଗ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ନୟାପଲ୍ଲୀ ବେହେରା ସାହିର ଜମିବାଡ଼ି ସମସ୍ୟାକୁ ନେଇ ଦୁଇ ଭଇଣୀଙ୍କୁ ପୁଲିସ ନିସ୍ତୁକ ମାଡ ମରିଥିବା ଅଭିଯୋଗ ହୋଇଛି । ଝିଅଙ୍କ ହାତ ଗୋଡ଼ରେ ମାଡ଼ ଚିହ୍ନ ଥିବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
ଦୁଇଭଉଣୀ ଅଭିଯୋଗ କରି କହନ୍ତି, ଆମେ ଜମି ବାଡି ବିବାଦ ନେଇ ପୁଲିସ ପାଖକୁ ଆସିଥିଲୁ। ସେମାନେ ଆମର କୌଣସି କଥା ନଶୁଣି ଦୁଇଦିନ ଅଟକ ରଖି ଏଭଳି ନିର୍ଦୟ ଭାବେ ପିଟିଥିଲେ। ସେପଟେ ପୁଲିସ ଦୁଇଭଉଣୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛି, ଜମବାଡି ବିବାଦ ନେଇ ଆମେ ଦୁଇଭଉଣୀଙ୍କ ପାଖକୁ ଯାଇଥିଲୁ। ସେମାନେ ଆମକୁ ସେଠାରେ ଗାଳିଗୁଲଜ କରିବା ସହିତ ମାଡ ମଧ୍ୟ ମାରିଥିଲେ। ଏହାପରେ ଆମେ ତାଙ୍କୁ ଥାନାକୁ ନେଇ ଆସିଥିଲୁ। ପୁଲିସକୁ ମାଡ ମାରିବା ଓ ଗାଳିଗୁଲଜ କରିବା ଅପରାଧରେ ଆମେ ଦୁହିଁଙ୍କୁ କୋର୍ଟ ଚାଲଣ କରିଥିଲୁ। ସେମାନେ ଦେଖାଉଥିବା ମାଡଦାଗ ପୁଲିସର ନୁହେଁ ବରଂ ଯେଉଁ ଲୋକମାନଙ୍କ ସହ ସେମାନଙ୍କ ଜିମିବାଡି ବିବାଦ ଥିଲା ସେମାନେ ପିଟିଥିଲେ।
ତେବେ ଏହି ମାମଲାକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି ।