ନେତାଜୀ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ

ନେତାଜୀ ଜୟନ୍ତୀ

ଭୁବନେଶ୍ବର : ସହିଦ ଲକ୍ଷ୍ମଣ ଯୁବକ ସଂଘ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ରୋଟାରି ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି।

ଉତ୍ସବକୁ ଉଦଘାଟନ କରି ମୁଖ୍ୟ ଅତିଥି ତଥା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଲେ, ନେତାଜୀଙ୍କ ଅତୁଳନୀୟ ତ୍ୟାଗ ଓ ଅସୀମ ମୋନବଳ ଦେଶକୁ ସ୍ବାଧୀନତା ଆଣିବାରେ ସହାୟକ ହୋଇଥିଲା। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ କହିଲେ, ନେତାଜୀଙ୍କ ଜୀବନାଦର୍ଶ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ସମ୍ମାନିତ ଅତିଥି ଭାବେ ପଦାର୍ଥବିଜ୍ଞାନୀ ସୁଶାନ୍ତ ଦାସ ନେତାଜୀଙ୍କର ଜୀବନ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ନିର୍ମଳ ଚନ୍ଦ୍ର ମଲ୍ଲିକ, ବିଜନ କୁମାର ଜେନା, ମନୋଜନ ଦାସ, ଭୋଳାନାଥ ମହାରଣା, ବାଙ୍କନିଧି ବାରିକ, କାଳିଚରଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବାଙ୍କନିଧି ବାରିକଙ୍କୁ ନେତାଜୀ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା।

ନେତାଜୀ କ୍ଲବରେ ନେତାଜୀ ଜୟନ୍ତୀ

ଖଣ୍ଡଗିରି : ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତ ଭାତଖୁରୀ ଗାଁ ନେତାଜୀ କ୍ଲବରେ ଆଜି ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତି‌ଯୋଗିତାରେ ଆଖପାଖ ୫ଟି ପଞ୍ଚାୟତର ୩୦ ବିଦ୍ୟାଳୟରୁ ୧୫୦ରୁ ଅଧିକ ଛାତ୍ରଛା‌ତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ଲବର ସଭାପତି ବାଳକୃଷ୍ଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ସାମ୍ବାଦିକ ଅର୍ଜୁନ କୁମାର ପାଇକରାୟ, ମାନସ ରଂଜନ ଦାଶ, ସମାଜସେବୀ ବଂଶୀଧର ବେହେରା, କ୍ରୀଡ଼ା ଶିକ୍ଷକ ସୁଦର୍ଶନ ବେହେରା, ଶିକ୍ଷକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୁନି କୁନି ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦେଶପ୍ରେମ ଦିବସ ପାଳିତ

ପୁରୁଣା ଭୁବନେଶ୍ୱର : ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ୧୨୨ତମ ନେତାଜୀ ଜୟନ୍ତୀ ଉପଲକ୍ଷେ ଦେଶ ପ୍ରେମ ଦିବସ ପାଳନ କରାଯାଇଥିଲା। ସ୍ଥାନୀୟ ନନ୍ଦକିଶୋର ନଗରରେ ଥିବା କାର୍ଯ୍ୟାଳୟରେ ମଞ୍ଚର ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ନେତାଜୀଙ୍କ ସହିତ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିଥିଲେ। ମଞ୍ଚର ବରିଷ୍ଠ ଉପଦେଷ୍ଟା ଜଗତ ଚନ୍ଦ୍ର ଦାସ, ସଂଗଠନ ସମ୍ପାଦକ ହିମାଂଶୁ ହୋତା, ମୁଖ୍ୟ ସଂଯୋଜକ ସୌମିତ୍ର ପାଣି, ଓଡ଼ିଶା ସ୍ୱାଭିମାନ ପରିଷଦର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ମଞ୍ଚର ଯୁବନେତା ଗୋପାଳ ମକଦମ, ନିରାକାର ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ସଭାନେତ୍ରୀ ସ୍ୱପ୍ନାରାଣୀ ସାମଲ, ବିଷ୍ଣୁପ୍ରିୟା ଜେନା, ସଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ

ଭୁବନେଶ୍ବର ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଆଜି ନେତାଜୀ ଜୟନ୍ତୀ ପାଳିତ ହୋଇଛି। ରସୁଲଗଡ଼ରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ଆଇନଜୀବୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀଙ୍କ ଆଦର୍ଶ‌ରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଛନ୍ତି। ସାମ୍ମୁଖ୍ୟର ଭୁବନେଶ୍ବର ଆବାହକ ଡ. ସୁରେଶ ବାରିକଙ୍କ ନେତୃତ୍ବରେ ଆଞ୍ଚଳିକ ଆବାହକ ପ୍ରବୀର ପଟ୍ଟନାୟକ, ଭିକାରୀ ମହାନ୍ତି, ସୁଦର୍ଶନ ପ୍ରଧାନ, ସମରେନ୍ଦ୍ର ସାହୁ, ବଳରାମ ଦେଓ, ନିରଞ୍ଜନ ବେହେରା, ବିଜୟ ବାରିକ, ବ୍ରଜ ପ୍ରଧାନ, ରତ୍ନାକର ନାୟକ, ସରୋଜ ସ୍ବାଇଁ, ଏସ୍‌କେ ଜାବିର, ନିର୍ମଳେନ୍ଦୁ ବିଧାର, ପ୍ରଶାନ୍ତ ପତି, ପ୍ରଭାତ ଦାଶ, ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ଗଡ଼ ନେତାଜୀ ଯୁବକ ସଂଘ

ବଡ଼ଗଡ଼ସ୍ଥିତ ନେତାଜୀ ଯୁବକ ସଂଘର ୫୧ତମ ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ଆଜି ସଂଘ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଡେପୁଟି ମେୟର କେ ଶାନ୍ତି ଯୋଗ ‌େଦଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ପ୍ରତାପ ଜେନା, ନବକିଶୋର ସିଂହ, ଉମାଶଙ୍କର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ଯତୀନ୍ଦ୍ର ମୋହନ ଛୋଟରାୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୀର କିଶୋର ପ୍ରଧାନ, ଦିଲ୍ଲୀପ ହାଲି, ଗୋବିନ୍ଦ ପାତ୍ର, ଅଶୋକ ସିଂହ, କାଶୀନାଥ ଦାଶ, ଅବନୀକାନ୍ତ ପାଟ୍ଟଶାଣୀ, ସୁଧୀର ପରିଡ଼ା, କୃଷ୍ଣଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ଜେନା, ଅଜିତ ବେହେରା, ପରମେଶ୍ବର ଧଳ, ଜିତେନ୍ଦ୍ରୀୟ କର ଧ୍ରୁବ ରଥ ପ୍ରମୁଖ ଯୋଗ ଉପସ୍ଥିତ ଥିଲେ। ସଂଘର ସଭାପତି ସନ୍ତୋଷ ସିଂହ ଓ ସମ୍ପାଦକ ବୃନ୍ଦାବନ ଦାସଙ୍କ ତତ୍ତ୍ବାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର