ଏସ୍‌ଆଇଟି ପକ୍ଷରୁ ସମନ ପାଇବା ପରେ ଅକ୍ଷୟ କହିଲେ ସେ କେବେ ବି ରାମ ରହିମଙ୍କୁ ଭେଟି ନାହାନ୍ତି

ମୁମ୍ବାଇ: ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିବା ଗୁର୍‌ମିିତ୍‌ ରାମ ରହିମଙ୍କୁ କେବେ ବି ଭେଟି ନାହାନ୍ତି ବୋଲି ବୋଲି ଅଭିନେତା ଅକ୍ଷୟ କୁମାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ପକ୍ଷରୁ ସମନ ପାଇବା ପରେ ସଫେଇ ଦେଇଛନ୍ତି। ୨୦୧୫ ମସିହାରେ ପଞ୍ଜାବର କୋଟାକପୁର ଗ୍ରାମର ବେହେଗାଲ କାଲନରେ ପୁଲିସ୍‌ର ଗୁଳିଚାଳନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କର ଏସ୍‌ଆଇଟି ସମନ ପଠାଇଛି।

ଅପରପକ୍ଷରେ ଚଳଚ୍ଚିତ୍ର ‘ଏମ୍‌ଏସ୍‌ଜି’ ସଂପର୍କରେ ଆଲୋଚନା ନେଇ ଗୁରମିତ୍‌ ରାମ ରହିମ ଓ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀରଙ୍କର ସାକ୍ଷାତ୍‌ ମୁମ୍ବାଇରେ ଥିବା ଅକ୍ଷୟ କୁମାରଙ୍କ ବାସଭବନରେ ହୋଇଥିଲା ବୋଲି ସୂଚନା ରହିଛି। ଏହି ସାକ୍ଷାତ୍‌ ଗୁରମିତ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ହୋଇଥିଲା ବୋଲି ସୂଚନା ରହିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ଅକ୍ଷୟ।

ସେ କହିଛନ୍ତି କି କେବଳ ସୋସିଆଲ୍‌ ମିଡିଆ ଦ୍ୱାରା ସେ ଜାଣନ୍ତି କି ଗୁର୍‌ମିତ୍‌ ରାମ ରହିମ୍‌ ତାଙ୍କ ଅଞ୍ଚଳ ଜୁହୁଠାରେ କିଛି ସମୟ ପାଇଁ ରହିଥିଲେ। ମାତ୍ର ସେ ପରସ୍ପର କେବେ ବି କାହା ନିକଟକୁ ଯାଇନାହାନ୍ତି।

ସମ୍ବନ୍ଧିତ ଖବର