୭ ପାର୍କରେ ଲାଗିଲା ନୂଆ ସାଇନେଜ୍

ଭୁବନେଶ୍ବର: କେବଳ ପୁରୁଣା ଭୁବନେଶ୍ବରରେ ଐତିହ୍ୟସ୍ଥଳୀ ଚିହ୍ନଟ ପାଇଁ ସାଇନେଜ୍ ଲାଗିନି। ରାଜଧାନୀର ୭ଟି ପ୍ରମୁଖ ପାର୍କରେ ବିଡିଏ ପକ୍ଷରୁ ସାଇନେଜ୍ ଲଗାଯାଇଛି। ପାର୍କରେ କେଉଁଠି କ’ଣ ଅଛି, କ’ଣ କ’ଣ କରିବାକୁ ହେବ, କ’ଣ କରିବେନି ସେନେଇ ପାର୍କକୁ ଆସୁଥିବା ଲୋକଙ୍କୁ ସଚେତନା କରିବା ପାଇଁ ବିଡିଏ ପକ୍ଷରୁ ଏହି ସାଇନେଜ୍ ଲଗାଯାଇଛି। ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମଧୁସୂଦନ ଦାସ ପାର୍କ, ବୁଦ୍ଧଜୟନ୍ତୀ ପାର୍କ, ଖାରବେଳ ପାର୍କ, ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କରେ ଏହି ସାଇନେଜ୍ ସବୁ ଲାଗିଛି। ପାର୍କକୁ ନୂଆ କରି ଆସୁଥିବା ଲୋକ ଯେପରି ସହଜରେ ପାର୍କରେ କେଉଁଠି କ’ଣ ଅଛି ଜାଣି ପାରିବ, ମନପସନ୍ଦର ସ୍ଥାନକୁ ଯାଇପାରିବ , ଶୌଚାଳୟ, ପିଇବା ପାଣି, ପାଥ୍‌ୱେ ଅଛି ଜାଣିବା ପାଇଁ ସାଙ୍କେତିିକ ଚିହ୍ନ ମଧ୍ୟ ରହିଛି। ପାର୍କଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାକୁ ଆଲୋକିତ କରାଯାଇଥିବାବେଳେ ନୂଆ ନୂଆ ସ୍ଥାପତ୍ୟ ମଧ୍ୟ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର