ନୂଆସାହିରୁ ଶାସ୍ତ୍ରୀନଗର ନିର୍ମିତ ହେବ ନୂତନ ରାସ୍ତା

ଭୁବନେଶ୍ୱର : ନୂଆପଲ୍ଲୀ ନୂଆସାହି ଆଖଣ୍ଡଳମଣି ମନ୍ଦିରଠାରୁ ଶାସ୍ତ୍ରୀନଗର ଶନି ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ କର୍ପୋରେଟର ନବକିଶୋରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୁଭକାର୍ଯ୍ୟରେ ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ସମାଜସେବୀ ରମାନାଥ ସାମନ୍ତରାୟ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ଶାସ୍ତ୍ରୀନଗର ଉନ୍ନୟନ ପରିଷଦ, ଶାସ୍ତ୍ରୀନଗର ମହିଳା ପରିଷଦ, ସୀତାପୁର ବସ୍ତି, ଶ୍ରୀକୃଷ୍ଣ କ୍ଲବ୍‌, ଆଖଣ୍ଡଳମଣି ପୂଜା କମିଟିର କର୍ମକର୍ତାବୃନ୍ଦ ଉପସ୍ଥିତ ଥିଲେ। ବିଷ୍ଣୁ, ଚରୁ, ଶ୍ରୀଧର, ସଦାଶିବ, ରିଙ୍କୁ, ଗୋପାଳ, ଆନନ୍ଦ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର