ଜଳଘେରରେ ନୀଳାଦ୍ରିବିହାର ବାସିନ୍ଦା

ଚନ୍ଦ୍ରଶେଖରପୁର : ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବ୍ରିଜ୍‌ଟି ବୁଡ଼ି ଯାଇଥିଲା। ନିକଟରେ ଥିବା ଡ୍ରେନ୍‌ଟି ଚୋକ୍‌ ହୋଇଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ରିଜ୍‌ ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଥିବାରୁ ସ୍ଥାନୀୟ ବାସିନ୍ଦା କଲୋନିରୁ ବାହାରିନପାରି କିଛି ଘଣ୍ଟା ପାଇଁ ଜଳଘେରରେ ରହିଥିଲେ। ଏପରିକି ଏଠାରେ ପାଣି ଜମି ରହି ରାସ୍ତା ଠିକ୍‌ରେ ଦେଖାଯାଉନଥିବାରୁ ଗୋଟିଏ ଅଟୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡ୍ରେନ୍‌କୁ ଗଳି ପଡ଼ିଥିଲା। ତେବେ ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ପହଞ୍ଚିବା ପାଇଁ ଲୋକମାନେ ଶୈଳଶ୍ରୀବିହାର ବାଟ ଦେଇ ଯାଇଥିଲେ। ଏନେଇ ନୀଳାଦ୍ରିବିହାର ଅଟୋ ସଂଘ, ନୀଳାଦ୍ରିବିହାର ବରିଷ୍ଠ ନାଗରିକ ମଞ୍ଚ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏଠାରେ ଅନ୍ୟ ଏକ ବ୍ରିଜ କରାଯିବା ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟରେ ଦାବି ଜଣାଇଥିଲେ।

ସମ୍ବନ୍ଧିତ ଖବର