ନନ୍ଦନକାନନରେ ନୀଳଗାଈ ଶାବକ ଜନ୍ମ, ଲଢ଼େଇରେ ଅଣ୍ଡିରା ମୃତ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ନୀଳ ଗାଈ ଶାବକ ଜନ୍ମ ଲାଭ କରିଥିବା ବେଳେ ପରସ୍ପର ମଧ୍ୟରେ ଲଢ଼େଇ ଯୋଗୁ ଆଉ ଏକ ନୀଳଗାଈର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ୬୫ ନମ୍ବର ଖୁଆଡ଼ରେ ରହୁଥିବା ଏକ ନୀଳଗାଈ ଏକ ଶାବକ ଜନ୍ମ ଦେଇଛି। ଉଭୟ ନବଜାତ ଶାବକ ଓ ମା’ ସୁସ୍ଥ ଅଛନ୍ତି। ସେହିଭଳି ୬୬ ନମ୍ବର ଖୁଆଡ଼ ମଧ୍ୟରେ ପରସ୍ପର ଲଢ଼େଇରେ ଏକ ପ୍ରାପ୍ତ ବୟସ୍କ ଅଣ୍ଡିରା ନୀଳଗାଈର ମୃତ୍ୟୁ ହୋଇଛି। ଗୋଟିଏ ଜନ୍ମ ଓ ଗୋଟିଏ ମୃତ୍ୟୁ ଫଳରେ ନନ୍ଦନକାନନରେ ନୀଳଗାଈଙ୍କ ସଂଖ୍ୟା ଅପରିବର୍ତିତ ରହିଛି। ଏବେ ନନ୍ଦନକାନନରେ ୧୫ଟି ମାଈ, ୬ଟି ଅଣ୍ଡିରା ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକଟି ଅଛି।

ସମ୍ବନ୍ଧିତ ଖବର