ବିଡିଏର ବଡ ଘୋଷଣା, ଏଣିକି ଦେବାକୁ ପଡିବ ନାହିଁ ପାର୍କିଂ ଫି

ଭୁବନେଶ୍ୱର: ପାର୍କିଂ ଫି ବନ୍ଦ ନେଇ ବିଡିଏ ପକ୍ଷରୁ ଜାରିହେଲା ନୋଟିସ । ଏଣିକି ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ଭଳି ସ୍ଥାନ ମାନଙ୍କରେ ପାର୍କିଂ କଲେ ଦେବାକୁ ପଡିବନାହିଁ କୌଣସି ଶୁଳ୍କ । ଯଦି କେହି ଏହି ଆଇନକୁ ଉଲଙ୍ଘନ କରି ପାର୍କିଂ ଫି ଆଦାୟ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ବିଡିଏ ତରଫରୁ ମିଳିଥିବା ସୂଚନାରୁ ଜଣା ପଡିଛି ।

ସାଧାରଣତଃ, ମେଡିକାଲ ହେଉ ଅବା ସପିଂମଲକୁ ଗଲାବେଲେ ବାହାରେ ପାର୍କିଂର ସୁବିଧା ନଥାଏ । ଯାହାଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତା ଉପରେ କିମ୍ବା କାହା ଦୋକାନ ସାମ୍ନାରେ ପାର୍କିଂ କରିଥାନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥାଏ । ଅନ୍ୟପଟେ ଯେଉଁ ମଲ ଗୁଡିକରେ ପାର୍କିଂର ବ୍ୟବସ୍ଥା ରହିଛି ସେଠାରେ ପାର୍କିଂ ଫି ନିଆଯାଇଥାଏ ।

ଯେଉଁଥିପାଇଁ ଅନେକ ଲୋକ ବାହାରେ ପାର୍କିଂ କରିଥାନ୍ତି । କିନ୍ତୁ ଏବେ ପାର୍କିଂକୁ ନେଇ ଲୋକମାନଙ୍କୁ କୌଣସି ଅସୁବିଧା ହେବନି । ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ଭଳି ସ୍ଥାନରେ ଥିବା ପାର୍କିଂ ପ୍ଲେସରେ ଗାଡି ପାର୍କ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ବିଡିଏ ତରଫରୁ ଆଜି ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର