ଭୁବନେଶ୍ବର: ବିଏମ୍ସି ଚିହ୍ନିତ ସ୍ଥାନରେ ଗାଡ଼ି ନରଖି ବେଆଇନ ଭାବେ ରାସ୍ତା ଉପରେ ଗାଡ଼ି ପାର୍କିଂ କରାଉଥିବାରୁ ହୋଟେଲ ସ୍ବସ୍ତି ପ୍ରିମିୟମକୁ ବିଏମ୍ସି ଉତ୍ତର ଜୋନ୍ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଆଗକୁ ଏହିପରି ବେଆଇନ ପାର୍କିଂ କଲେ ଦିନକୁ ୫୦ହଜାର ଟଙ୍କା ହିସାବରେ ଜରିମାନା ଆଦାୟ ସହ ଗାଡ଼ିକୁ ଜବତ କରି ନିଲାମ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ହୋଟେଲ ସ୍ବସ୍ତି ପ୍ରିମିୟମକୁ ଆସୁଥିବା ବିଭିନ୍ନ ପ୍ରକାରର ଗାଡ଼ି ଯଥା ବସ୍, ଜିପ୍, କାର ଏବଂ ଦୁଇ ଚକିଆ ଯାନକୁ ହୋଟେଲ କର୍ମଚାରୀମାନେ ବିଏମ୍ସି ଚିହ୍ନିତ ସ୍ଥାନରେ ନ ରଖାଇ ଏହାଠାରୁ କିଛି ଦୂରରେ ଥିବା ସର୍ଭେ ଅଫ୍ ଇଣ୍ଡିଆ ନିକଟରେ ରଖୁଛନ୍ତି। ଫଳରେ ବିଏମ୍ସି ରାଜସ୍ବ ହରାଉଛି। ତେଣୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ହୋଇଛି। ହୋଟେଲ କର୍ତ୍ତୃପକ୍ଷଙ୍କୁ ନିଜ ଅଞ୍ଚଳରେ ଗାଡ଼ି ପାର୍କିଂ କରିବାକୁ କୁହାଯାଇଛି। ଏହାକୁ ଯଦି ହୋଟେଲ କର୍ତ୍ତୃପକ୍ଷ ନ ମାନିବେ, ତାଙ୍କଠାରୁ ଜରିମାନା ଆଦାୟ ସହ ଗାଡ଼ିକୁ ଜବତ କରାଯିବ।
ବେଆଇନ ପାର୍କିଂ ପାଇଁ ହୋଟେଲ ସ୍ବସ୍ତି ପ୍ରିମିୟମକୁ ନୋଟିସ୍
/sambad/media/post_attachments/wp-content/uploads/2019/09/download-38.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)