‘ନୃତ୍ୟ ମନ୍ଦିର ପ୍ରତିଭା ସମ୍ମାନ-୨୦୧୭’

ଭୁବନେଶ୍ୱର : ‘ନୃତ୍ୟ ମନ୍ଦିର ପ୍ରତିଭା ସମ୍ମାନ-୨୦୧୭’ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଶିଷ୍ଟ ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସଂଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସେକ୍ରେଟେରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ନିରଞ୍ଜନ ରାଉତଙ୍କୁ ପଦ୍ମଶ୍ରୀ ମିନତି ମିଶ୍ର ପ୍ରତିଭା ସମ୍ମାନ, ଗୁରୁ ଦୀପ୍ତି ମିଶ୍ରଙ୍କୁ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ପ୍ରତିଭା ସମ୍ମାନ, ଗୁରୁ ନିମକାନ୍ତ ରାଉତରାୟଙ୍କୁ ଗୁରୁ ଘନଶ୍ୟାମ ପଣ୍ଡା ପ୍ରତିଭା ସମ୍ମାନ, ଗୁରୁ ହିମାଂଶୁ ଶେଖର ନାୟକଙ୍କୁ ବିଦ୍ୟୁତ୍‌ କୁମାର ଚୌଧୁରୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେବବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ କୁନି କୁନି ପିଲାମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଶେଷରେ ରୁଦ୍ରାଷ୍ଟକମ, ମଙ୍ଗଳାଚରଣ, ଇଟିକିଲି ମିଟିକିଲି, ବକ୍ରତୁଣ୍ଡ ମହାକାୟ ପରି ଅନେକ ଗୀତରେ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସୁଧାଂଶୁ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର