‘ନୃତ୍ୟ ନୈବେଦ୍ୟ’ର ଦ୍ୱିତୀୟ ସନ୍ଧ୍ୟା : ପ୍ରତିଭା ପ୍ରଦର୍ଶନ କଲେ ୩୦ ନୃତ୍ୟଶିଳ୍ପୀ

ଭୁବନେଶ୍ୱର : ‘ନୃତ୍ୟ ନୈବେଦ୍ୟ’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ତୃତୀୟ ‘ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ-୨୦୧୮’ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ୫ଜଣ ନୃତ୍ୟଶିଳ୍ପୀ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ଉତ୍ସବର ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମର ପୂର୍ବାହ୍ନ ଓ ଅପରାହ୍ନ ଅଧିବେଶନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୩୦ ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ ପରିବେଷଣ କରିଥିଲେ। ଏହି ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମର ବିଚାରକ ଥିଲେ ଗୁରୁ ସଂଯୁକ୍ତା ଦାସ ଓ ଗୁରୁ ବିଜୟ କୁମାର ସାହୁ। ସଂଧ୍ୟାରେ ଅତିଥି ଭାବେ ନୃତ୍ୟଗୁରୁ ମୀରା ଦାସ, ହେମରାଜ ବିଜ୍ଞାପନ ସଂସ୍ଥାର ଏଲ୍‌.ଏନ୍‌ ଅଗ୍ରଓ୍ଵାଲ୍‌ ଓ ଅକ୍ଷୟ ପରିଜା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଗୁରୁ ଧନେଶ୍ୱର ସ୍ୱାଇଁ ଓ ସଂପାଦକ ପ୍ରଭାତ କୁମାର ସ୍ୱାଇଁ।

ସମ୍ବନ୍ଧିତ ଖବର