ରାଜଧାନୀରେ ନୂଆ‌ଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ବର: ଉତ୍କଳ ମଣ୍ଡପ ପରିସରରୁ ଭାସି ଆସୁଥିଲା ପଶ୍ଚିମ ଓଡ଼ିଶାର ମହକ। ସମ୍ବଲପୁରୀ ଗୀତ ଓ ନାଚରେ ଦୁଲୁକୁଥିଲା ମଣ୍ଡପର ମୁକ୍ତମଞ୍ଚ। ଅବସର ଥିଲା ପଶ୍ଚିମ ଓଡ଼ିଶାବାସୀଙ୍କ ଅନନ୍ୟ ପର୍ବ ୩ୟ ‘ନୂଆଁଖାଇ ଭେଟ୍‌ଘାଟ୍‌’ ସମାରୋହ। ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ, ମା’ ସୁରେଶ୍ବରୀ, ମା’ ରାମଚଣ୍ଡୀ ଓ ମା’ ବିନ୍ଧ୍ୟବାସିନୀଙ୍କୁ ଆରାଧନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ପଶ୍ଚିମ ଓଡ଼ିଶା ଯୁବମୋ‌ର୍ଚ୍ଚା’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଶୁଭେଚ୍ଛା ଜଣାଇ କହିଲେ, ନୂଆଁଖାଇ ଆନନ୍ଦର ଓ ନୂଆ ଆଶାର ପର୍ବ। ଏହା ଆଉ ପଶ୍ଚିମ ଓଡ଼ିଶା କିମ୍ବା ଓଡ଼ିଶାରେ ସୀମିତ ନାହିଁ। ଭୁବନେଶ୍ବରରୁ ଆରମ୍ଭ ହୋଇ ମୁମ୍ବାଇ, ଦିଲ୍ଲୀ ଓ ସାରା ‌େଦଶରେ ପାଳନ ହେଲାଣି। କାର୍ଯ୍ୟକ୍ରମରେ ପ୍ରାୟ ସାଢ଼େ ୩ ହଜାର ଲୋକଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟକ ରବି ନାୟକ, ବିଧାୟକ ନି‌େତଶ ଗଙ୍ଗଦେବ, ବିଧାୟକ ପ୍ରଦୀପ ପୁରୋହିତ, ବିଧାୟିକା ରାଧାରାଣୀ ପଣ୍ଡା ଓ ଅଟଳ ବିହାରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂଆଁଖାଇ ପରମ୍ପରା ସମ୍ବନ୍ଧରେ କହିଥିଲେ।

ସମ୍ବନ୍ଧିତ ଖବର