କୁଲତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର : ୟୁନିଟ୍‌-୮ ସ୍ଥିତ ଡିପିଆଇ କମ୍ୟୁନିଟି ସେଣ୍ଟର ଠାରେ କୁଲତା ସମାଜ କଲ୍ୟାଣ ସଙ୍ଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ କୁଲତା ଜାତିର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭୁବନେଶ୍ୱର ତଥା ଆଖପାଖର ଶତାଧିକ କୁଲତା ପରିବାରଙ୍କ ମଧ୍ୟରେ ପରିଚୟ ଆଦାନପ୍ରଦାନ ହୋଇଥିଲା। ଏହି ଅବସରରେ ସମ୍ବଲପୁରୀ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ ବୀରମହାରାଜପୁରର ସୁମିତ୍ରା ସିଂ ଓ ସାଥୀ। ସାଧାରଣ ସଂପାଦକ ମହେନ୍ଦ୍ର କୁମାର ବଢ଼େଇଙ୍କ ପରିଚାଳନାରେ ସଙ୍ଗଠନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, କୁଲତା ସମାଜ ପଶ୍ଚିମ ଓଡ଼ିଶାର ଏକ ଅଗ୍ରଣୀ ସମାଜ ଯେଉଁମାନଙ୍କ ମୁଖ୍ୟ କର୍ମ ହେଉଛି କୃଷି। କୁଲତା ସମାଜର ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଉନ୍ନତି ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଙ୍ଗଠନର ସଦସ୍ୟମାନେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ, ଉପଦେଷ୍ଟା ଦେବରାଜ ପ୍ରଧାନ ଓ ମାଧବ ଚନ୍ଦ୍ର ପ୍ରଧାନ, ସଭାପତି ସୁଶାନ୍ତ କୁମାର ପଧାନ, ଉପସଭାପତି ସୁରେନ୍ଦ୍ର ପ୍ରଧାନ, ବରିଷ୍ଠ ସଦସ୍ୟ ଜଗଦୀଶ ପ୍ରଧାନ ଏବଂ ଭ୍ରମରବର ବଢ଼େଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କ୍ଷେତ୍ରବାସୀ ନାଏକ, ତୀର୍ଥବାସୀ ସାହୁ, ସୁନୀଲ ପ୍ରଧାନ, ଶଙ୍କର ପ୍ରଧାନ ଏବଂ ବୀରେନ୍ଦ୍ର ସାହୁ।

ସମ୍ବନ୍ଧିତ ଖବର