ଅକ୍ଟୋବର ୨ରୁ କଟକଣା, ପ୍ଲାଷ୍ଟିକ୍‌କୁ ନା’ ପାଇଁ କେତେ ପ୍ରସ୍ତୁତ

0 274

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବର ସମେତ ୫ଟି ମହାନଗର ନିଗମ ଏବଂ ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧ ହେବ। ଏଥିପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। କେଉଁ କେଉଁ କ୍ଷେତ୍ରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ହୋଇପାରିବ, ‌କେଉଁଠି ହୋଇପାରିବନି ସେନେଇ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅନ୍ୟ ସହରଗୁଡ଼ିକରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ହେଁ ସମସ୍ତଙ୍କ ନଜର ରାଜଧାନୀ ଉପରେ ଅଛି। ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ପ୍ଲାଷ୍ଟିକ ଆବର୍ଜନା ଦୈନିକ ପ୍ରାୟ ୨୦୦ଟନ୍ ପ୍ଲାଷ୍ଟିକ୍ ଓ ପଲିଥିନ୍ ବାହାରୁଥିବା ବେଳେ ଏହାକୁ କେତେ ମାତ୍ରାରେ ପ୍ରଶାସନ କମାଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର। ରାଜ୍ୟର ବହୁ ଅଞ୍ଚଳକୁ ଏଠାରୁ ପ୍ଲାଷ୍ଟିକ ଓ ପଲିଥିନ୍ ଯାଉଥିବା ବେଳେ ଭୁବନେଶ୍ବର ପୂରା ପ୍ଲାଷ୍ଟିକମୁକ୍ତ ହେଲେ ‌ହିଁ ରାଜ୍ୟର ବାକି ସହର ପ୍ଲାଷ୍ଟିକମୁକ୍ତ ହେବା ସହଜ ହେବ ବୋଲି କୁହାଯାଉଛି। ତେଣୁ ମାସକ ମଧ୍ୟରେ ରାଜଧାନୀ ଏବଂ ଏହା ଉପକଣ୍ଠରେ ଥିବା ସମସ୍ତ ପ୍ଲାଷ୍ଟିକ ଓ ୫୦ମାଇକ୍ରନରୁ କମ୍ ପଲିଥିନ୍ ପ୍ରସ୍ତୁତ କରୁଥିବା ସଂସ୍ଥା ଉପରେ ଚଢ଼ଉ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମ୍‌ସିକୁ କୁହାଯାଇଛି। ଅକ୍ଟୋବର ୨୬ ତାରିଖ ସୁଦ୍ଧା ସମସ୍ତ ଉତ୍ପାଦିତ ମାଲ୍ ବିକ୍ରି କରିବାକୁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କୁହାଯାଇଛି। ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ନିଷେଧ ହେଲେ ଏହା ବଦଳରେ କ’ଣ ବ୍ୟବହାର ହେବ, ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କିଛି ବ୍ୟବସ୍ଥା ହୋଇନି କି ବିଏମ୍‌ସି ପକ୍ଷରୁ କିଛି ପଦକ୍ଷେପ ନିଆଯାଇନି। ଯେଉଁଠି ଅଧିକ ପଲିଥିନ୍ ବ୍ୟବହାର ହେଉଛି, ସେଠାରେ ବ୍ୟବସାୟୀମାନେ କ’ଣ ଦେବେ, ଗ୍ରାହକମାନେ କିପରି ସୁବିଧାରେ ସାମଗ୍ରୀ କିଣିବେ, ସେନେଇ ବି କିଛି ବ୍ୟବସ୍ଥା କରାଯାଇନି। ପ୍ଲାଷ୍ଟିକ, ପଲିଥିନ୍ ଓ ଥର୍ମକୁଲ୍‌ର ବିକଳ୍ପ ସାମଗ୍ରୀ ବଜାରରେ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେଉନଥିବାରୁ ଏହି ନିଷେଧାଦେଶ କିଛି ଦିନ ପାଇଁ କାଟୁ କରିବନି ବୋଲି ଜଳଜଳ ଦିଶିଲାଣି।

ପାର୍କ, ବିଡିଏ ଓ ବିଏମ୍‌ସି ଅଫିସରେ ଆଗୁଆ ପ୍ଲାଷ୍ଟିକ ମନା ହୋଇଛି
ରାଜ୍ୟ ସରକାର ପ୍ଲାଷ୍ଟିକ୍ ନିଷେଧ କରିବାର ଏକ ମାସ ପୂର୍ବରୁ ବିଡିଏ କାର୍ଯ୍ୟାଳୟ ଏବଂ ରାଜଧାନୀର କିଛି ପାର୍କରେ ଏହା ନିଷେଧ କରାଯାଇଛି। ୧୫ଦିନ ହେଲା ବିଏମ୍‌ସି କାର୍ଯ୍ୟାଳୟରେ ବି ପ୍ଲାଷ୍ଟିକ ନିଷେଧ ହୋଇଛି। ଏଥିପାଇଁ ବିଡିଏ ଓ ବିଏମ୍‌ସି କାର୍ଯ୍ୟାଳୟର କର୍ମଚାରୀଙ୍କୁ ପ୍ଲାଷ୍ଟିକ ପରିବର୍ତ୍ତେ ଧାତୁ ନିର୍ମିତ ପାତ୍ର ବା ବାକ୍ସ ଏବ˚ କନା ବା କାଗଜ ମୁଣି (ଠୁଙ୍ଗା)ରେ ଖାଦ୍ୟ ଆଣିବାକୁ କୁହାଯାଇଛି। ଏପରିକି ବିଭିନ୍ନ ବୈଠକରେ ପ୍ଲାଷ୍ଟିକ ଫୋଲ୍ଡର ବଦଳରେ କାଗଜ ଫୋଲ୍ଡର, ପାଣି ବୋତଲ ବଦଳରେ ଗ୍ଲାସ୍‌ରେ ପାଣି ଦିଆଯାଉଛି। ପ୍ଲାଷ୍ଟିକ୍‌ ନିଷେଧ ଅଭିଯାନକୁ ସଫଳ କରିବା ପାଇଁ ବିଡିଏର ସମସ୍ତ ଫାଇଲ୍‌ର ମଲାଟ ଏବ˚ ଫୋଲ୍ଡର କେବଳ କାଗଜରେ ତିଆରି ହେଉଛି। ସମସ୍ତ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସରେ ଯେପରି ଲୋକ ପ୍ଲାଷ୍ଟିକ ବ୍ୟବହାର ନକରି‌େବ ସେଥିପାଇଁ ସଚେତନ କରାଯିବା ସହ ପାର୍କ ବାହାରେ ବ୍ୟବସାୟୀଙ୍କୁ ପଲିଥିନ୍‌ରେ ଖାଦ୍ୟ ସାମଗ୍ରୀ ନଦେବାକୁ କୁହାଯାଇଛି। ପାଣି ପାଉଚ୍ ଏବଂ ୫୦୦ ମିଲିଲିଟରରୁ କମ୍ ପ୍ଲାଷ୍ଟିକ ବୋତଲ ବିକ୍ରି ଉପ‌େର ରୋକ୍ ଲାଗିଛି। ବ୍ୟବସାୟୀମାନଙ୍କୁ ଫ୍ଲେକ୍ସ ବ୍ୟାନର ନଲଗାଇ କପଡ଼ା ବ୍ୟାନର ଲଗାଇବାକୁ କୁହାଯାଇଛି।

ଘରୁ ଆବର୍ଜନା ପୃଥକୀକରଣ ହେବା ଦରକାର
ପ୍ଲାଷ୍ଟିକ ଓ ପଲିଥିନ୍‌ମୁକ୍ତ ସହର ଗଢ଼ିବାକୁ ହେଲେ ପ୍ରଥମେ ଲୋକଙ୍କ ଘରୁ ଆବର୍ଜନା ସଂଗ୍ରହ ବେଳେ ଜୈବ ଓ ଅଜୈବ ଆବର୍ଜନା ପୃଥକୀକରଣ ହେବା ଦରକାର। କିନ୍ତୁ ବିଏମ୍‌ସି ପକ୍ଷରୁ ଏପର୍ଯ୍ୟନ୍ତ ଏହା ହୋଇପାରିଲାନି। ଯଦି ଜୈବ ଆବର୍ଜନାରେ ପ୍ଲାଷ୍ଟିକ୍ ମିଶିକି ଆସିବ ‌ଏବଂ ଡମ୍ପିଂୟାର୍ଡରେ ପଡ଼ିବ‌, ‌େତବେ ନିଷେଧାଦେଶରୁ କିଛି ଫାଇଦା ମିଳିବନି। ଯେତେବେଳେକି ମଧୢପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ପଞ୍ଚଗାନି ଏବ˚ ଭେଙ୍ଗରୁଲା, କେରଳର ଆଲଫୁଜା ଏବ˚ ଥିରୁଅନନ୍ତପୁରମ୍‌, ସିକିମ୍‌ର ଗ୍ୟାଙ୍ଗଟକ୍‌ ଭଳି ସହରରେ ଘରୁ ଏବ˚ ମାର୍କେଟରୁ ଆବର୍ଜନା ସ˚ଗ୍ରହ ବେଳେ ପୃଥକ ପୃଥକ କରି ଆଦାୟ ହେଉଥିବା ବେଳେ ଏହାର ତୁରନ୍ତ ପ୍ରକ୍ରିୟାକରଣ କରାଯାଉଛି। ଯାହା ଭୁବନେଶ୍ବରରେ ହେଉନି।
ଲାଗିବ ରିଭର୍ସ ଭେଣ୍ଡିଂ ମେସିନ୍ ୫୦୦ ମିଲିଲିଟରରୁ ଅଧିକ ପାଣି ବୋତଲ ବ୍ୟବହାର ନେଇ କଟକଣା ଲାଗିନଥିବାରୁ ଏହା ବଜାରରେ ପୂବର୍ଭଳି ବିକ୍ରି ହେବ। ତେବେ ଏହା ଯେପରି ପରିବେଶ ଉପରେ କୁପ୍ରଭାବ ନ ପକାଏ, ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ରିଭର୍ସ ଭେଣ୍ଡିଂ ମେସିନ୍ ଲାଗିବ। ପ୍ରଥମ ପର୍ଯ୍ୟାୟରେ ବିଏମ୍‌ସି ୪୫.୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ଅକ୍ଟୋବର ଶେଷ ସପ୍ତାହ ପୂର୍ବରୁ ଏହି ମେସିନ୍ ଲଗାଇବାକୁ ଯୋଜନା ହୋଇଥିବା ବେଳେ ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରି-ବିଡ୍ ବୈଠକ ‌ବି ଶେଷ ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଭେଣ୍ଡିଂ ମେସିନ୍ ଲାଗିଲେ ଲୋକ ଏଣେତେଣେ ପ୍ଲାଷ୍ଟିକ ବୋତଲ ପକାଇବେନି। ଏହି ମେସିନ୍‌ରେ ବୋତଲ ପକାଇଲେ ଟୋକନ୍ ମିଳିବ କି କଏନ୍ ମିଳିବ କି ମୋବାଇଲ୍ ରିଚାର୍ଜ ହେବ, ତାହା ନିଷ୍ପତ୍ତି ହୋଇନି। କିନ୍ତୁ କଏନ୍ ବାହାରୁଥିବା ମେସିନ୍ ଲଗାଇବାକୁ ଯୋଜନା ହେଉଛି। ଯଦି ଟୋକନ୍ ବାହାରୁଥିବା ମେସିନ୍ ଲାଗେ, ଏଥିରୁ ବାହାରିବାକୁ ଥିବା ଟୋକନ୍‌କୁ ଯେପରି ଲୋକମାନେ ସୁବିଧାରେ ବ୍ୟବହାର କରିପାରିବେ, ସେଥିପାଇଁ ବିଭିନ୍ନ ଦୋକାନ ଓ ସପିଂ ମଲ୍‌ରେ କାଉଣ୍ଟର ରହିବ। ଏହି ମେସିନ୍‌ରେ ୨୫୦ମିଲିଲିଟରରୁ ଅଢ଼େଇ ଲିଟର ପର୍ଯ୍ୟନ୍ତ ବୋତଲ ପକାଇ ହେବ। ଗୋଟିଏ ମେସିନ୍‌ରେ ଦୈନିକ ୩ହଜାର ବୋତଲ ପକାଇ ହେବ। କେଉଁ ସ୍ଥାନରେ ଭେଣ୍ଡିଂ ମେସିନ୍ ଲାଗିବ, ଖୁବ୍ ଶୀଘ୍ର ସ୍ଥାନ ଚିହ୍ନଟ ହେବ।

ଅନ୍ୟ ରାଜ୍ୟରେ କେମିତି ମୁକାବିଲା କରୁଛନ୍ତି
ଇନ୍ଦୋରରେ ଧର୍ମଗୁରୁ ପ୍ରଚାର କରୁଛନ୍ତି
ଏଠା‌ରେ ପଲିଥିନ୍‌ ବ୍ୟବହାର ବନ୍ଦ କରିବା, ପ୍ରତ୍ୟେକ ଘରେ ଆବର୍ଜନା ପୃଥକୀକରଣ କରିବା ପାଇଁ ବିଭିନ୍ନ ଧର୍ମଗୁରୁଙ୍କ ସହାୟତା ନିଆଯାଉଛି। ଧର୍ମଗୁରୁମାନେ ଶ୍ରଦ୍ଧାଳୁଙ୍କୁ ଏନେଇ ପରାମର୍ଶ ଦେଉଛନ୍ତି। ଏହାସହ ସ୍କୁଲ ସ୍ତରରେ ପିଲାଙ୍କୁ, ମାର୍କେଟରେ ବ୍ୟବସାୟୀ ସ˚ଘ ମାଧୢମରେ ସଚେତନ କରାଯାଉଛି। ଏପରିକି ପରିମଳ ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନ ଉପୁଜିବ ଏବ˚ ନିୟମ ଖିଲାପକାରୀଙ୍କୁ ସାବାଡ଼ କରିବା ପାଇଁ ୧୦୦ ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ନିୟମ ରହିଛି। ଏହାସହ ଲୋକମାନଙ୍କୁ ସୁବିଧାରେ ପୃଥକ ପୃଥକ ଡଷ୍ଟବିନ୍‌ ଯୋଗାଇବା ପାଇଁ ସହରର ସମସ୍ତ ପ୍ଲାଷ୍ଟିକ୍‌ ଆବର୍ଜନାକୁ ଏକ ଘରୋଇ କମ୍ପାନିକୁ ଦିଆଯାଉଛି। ଉକ୍ତ ସ˚ସ୍ଥା ଏଥିରୁ ଡଷ୍ଟବିନ୍‌ ପ୍ରସ୍ତୁତ କରି ଦେଉଛି। ଯେଉଁ ଡଷ୍ଟବିନ୍‌ ବଜାରରେ ୧୨୦ଟଙ୍କାରେ ବିକ୍ରି ହେଉଛି ସେହିଭଳି ଦୁଇଟି ଡଷ୍ଟବିନ୍‌ ୪୦ଟଙ୍କାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ତେଣୁ ପ୍ରତ୍ୟେକ ଘରେ ଦୁଇଟି ଡଷ୍ଟବିନ୍‌ ରହୁଛି। ଯାହା ଜୈବ ଓ ଅଜୈବ ଆ‌ବର୍ଜନା ପୃଥକ ପୃଥକ ସଂଗ୍ରହ କରିବାରେ ସହାୟକ ହେଉଛି।

ଗ୍ରେଟର ହାଇଦ୍ରାବାଦରେ ଷ୍ଟିଲ୍‌ ଟିଫିନ୍‌ରେ ମା˚ସ ବିକ୍ରି
ଗ୍ରେଟର ହାଇଦ୍ରାବାଦରେ ପଲିଥିନ୍‌ ସ˚ପୂର୍ଣ୍ଣ ନିଷେଧ ହୋଇଛି। କୌଣସି ଦୋକାନରେ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର ହେଉନି କି ସହରରେ ପଲିଥିନ୍‌ ଉତ୍ପାଦନ ହେଉନି। ଏପରିକି ସମସ୍ତ ଆମିଷ ଦୋକାନରେ ଷ୍ଟିଲ୍‌ ଟିଫିନ୍‌ରେ ଆମିଷ ବିକ୍ରି କରାଯାଉଛି। ଯିଏ ଘରୁ ଟିଫିନ୍‌ ନେଇ ଯାଇନଥିବେ ସେମାନେ ଟିଫିନ୍‌ କିଣିବାକୁ ବାଧୢ। ଏହି ସହର ଭଳି ଗ୍ୟାଙ୍ଗଟକ୍‌ରେ ବି ପଲିଥିନ୍‌ ଓ ପ୍ଲାଷ୍ଟିକ ନିଷେଧ କରାଯାଇଛି। ଏପରିକି ଏଠାକୁ ବହୁତ ସ˚ଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଗାଡ଼ି ଚାଳକ, ଟୁର‌୍‌ ଅପରେଟରମାନଙ୍କୁ ଏନେଇ ସଚେତନ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.