କଟକ: ମା’ ଡାକିବା ଶିଖାଇଲନି, ଆମେ ଡାକୁଛୁ ମମି, ମମି..। ବାପା ଡାକିବା ଶିଖାଇଲନି, ଆମେ ଡାକୁଛୁ ଡାଡି, ଡାଡି...। ପେସାରେ ଡାକ୍ତର ଦେବାଶିଷ ଜେଷ୍ଠୀଙ୍କ ଓଡ଼ିଆ ଭାଷା, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରସ୍ତୁତ ଏଭଳି ଏକ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୀତ ରଚନା ସହ ସେ ଏହାର ସ୍ବର ଦେଇଛନ୍ତି। ତାହାକୁ ରେକର୍ଡିଂ କରି ୟୁଟ୍ୟୁବରେ ଛାଡ଼ିଛନ୍ତି। ଗୋଟିଏ ଦିନରେ ସୋସିଆଲ ମିଡିଆରେ ଏହାକୁ ୧୦ ଲକ୍ଷ ଲୋକ ଦେଖିବା ସହ ୧୦ ହଜାରରୁ ଅଧିକ ସେୟାର କରିଛନ୍ତି। ଡାକ୍ତର ଜେଷ୍ଠୀ ଦଶ ବର୍ଷ ହେଲାଣି ଓଡ଼ିଆରେ ଲେଖୁଛନ୍ତି ଡାକ୍ତରୀ ଚିଠା। ସେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ସେହି ହସପିଟାଲର ସବୁ କର୍ମଚାରୀ ଓଡ଼ିଆରେ ଲେଖୁଛନ୍ତି ଦରଖାସ୍ତ।
କଟକ ଡଗରପଡ଼ା ନିବାସୀ କୃଷ୍ଣଚନ୍ଦ୍ର ମାସକ ତଳେ କୁନି କଣ୍ଠ ଶିଳ୍ପୀ କୁଶଲ ଓ ଶୀତୁଲଙ୍କ କଣ୍ଠରେ ନିଜେ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଓ ସ୍ବର ସଂଯୋଜନା ଦେଇ ରେକର୍ଡିଂ କରିଥିଲେ ଏହି ଗୀତ। ଗତକାଲି ସକାଳେ ଏହି ଗୀତକୁ ୟୁଟ୍ୟୁବ୍ରେ ଛାଡ଼ିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡାକ୍ତର ଜେଷ୍ଠୀ ଜଣେ ପଟ୍ଟଚିତ୍ର ଶିଳ୍ପୀ ମଧ୍ୟ। ପଟ୍ଟଚିତ୍ରର ଗାଣିତିକ ପଦ୍ଧତିକୁ ମଧ୍ୟ ସେ ନିରୂପଣ କରିଛନ୍ତି। ମହୀଶୂରଠାରେ ଥିବା ବଡ ଭାଷା ଗବେଷଣା କେନ୍ଦ୍ର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜସ୍(ସିଆଇଆଇଏଲ୍)ରେ ମଧ୍ୟ ସେ ଓଡିଆ ବୈଜ୍ଞାନିକ ଭାଷାକୋଷ ଲେଖୁଥିବା ସୂଚନା ଦେଇଛନ୍ତି।
ଓଡ଼ିଆ ଭାଷାର ପ୍ରଚାର ପାଇଁ ଡାକ୍ତରଙ୍କ ଅଭିନବ ପ୍ରୟାସ : ଗୀତ ଲେଖି ରେକର୍ଡିଂ କରି ୟୁ-ଟ୍ୟୁବ୍ରେ ଛାଡ଼ିଲେ
ଗୋଟିଏ ଦିନରେ ୧୦ଲକ୍ଷ ଦେଖିଲେ
/sambad/media/post_attachments/wp-content/uploads/2020/01/dg54jdg7jdg897j8dg94j65gd4jdgjdgjdtjdgjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)