ଏଣିକି ବସରେ ମାଗଣାରେ ପଢ଼ିହେବ ଓଡ଼ିଆ ଖବରକାଗଜ, ଆରମ୍ଭ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ଆପଣ ନିତିଦିନ ମୋ ବସରେ ଯିବା ଆସିବା କରୁଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଆଜିଠାରୁ ଏକ ନୂଆ ସେବା ଆରମ୍ଭ ହୋଇଛି | ଏଣିକି ଆପଣ ଓଡ଼ିଆ ଖବରକାଗଜ ପଢ଼ିବାର ସୁଯୋଗ ପାଇପାରିବେ | ମୋ ବସରେ ଓଡ଼ିଆ ସମ୍ବାଦପତ୍ର ପଢ଼ିବାର ସୁଯୋଗ ଆଣିଦେଇଛି କୃଟ | ସେପ୍ଟେମ୍ବର ୧ ତାରିଖରୁ ‘ନିଉଜପେପର ଅନ ହୁଇଲସ’ ସେବାର ଆରମ୍ଭ କରାଯାଇଥିଲା | ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ୪୪ଟି ଏସି ବସରେ ଏହି ସେବା ଆରମ୍ଭ କରାଯାଇଥିଲା |

ପ୍ରଥମ ପର୍ଯ୍ୟାୟରେ ଯାତ୍ରୀଙ୍କ ପାଇଁ ଇଂରାଜୀ ଖବରକାଗଜର ବ୍ୟବସ୍ଥା କରାଯାଇଥିବାବେଳେ ଆଜିଠାରୁ ଓଡ଼ିଆ ଖବରକାଗଜ ମଧ୍ୟ ଉପଲବ୍ଧ କରାଯାଇଛି | ଏଠାରେ ସୂଚନା ଥାଉ କି ନଭେମ୍ବର ୬ ତାରିଖରେ ‘ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରାଯାଇଥିଲା ।

ବର୍ତ୍ତମାନ ୨୦୦ ଟି ମୋ ବସ ଯାତାୟାତ କରୁଥିବାବେଳେ ପ୍ରତିଦିନ ୭୫ ହଜାର ଲୋକ ମୋ ବସରେ ଯାତ୍ରା କରୁଛନ୍ତି | ମୋ ବସରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର