ଓଡ଼ିଆଣୀଙ୍କ ରଜ ମଉଜ

ଗୀତ ଗାଇଲେ, ପିଠା ଓ ପାନ ବାଣ୍ଟିଲେ

0 8

ଭୁବନେଶ୍ୱର: ‘ଯାରେ ମନ ଦୋଳି ଉଡ଼ି ଯା’, ‘ବରଷକେ ଥରେ ଆସିଛି ରଜ’, ‘ଆଇଲାରେ ପହିଲି ରଜ’, ‘ଆହେ ଦୟାମୟ ବିଶ୍ୱବିହାରୀ’, ‘କହନା ଏ ଫୁଲ କହନା’, ‘ଡେଉଁଚି ମୋ ବାଁ ଆଖି’ ପରି ଅନେକ ମନଲୋଭା ଗୀତ ଗାଉଥିଲେ ଓଡ଼ିଆଣୀମାନେ। ଅବସର ଥିଲା ‘ସଂଭାବନା’ ପକ୍ଷରୁ ରଜ ମଉଜ। ପ୍ରତିବର୍ଷ ସଂଭାବନା ପକ୍ଷରୁ ଆୟୋଜିତ ହୋଉଥିବା ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ରେ ପ୍ରତିଯୋଗୀମାନଙ୍କୁ ନେଇ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଓଡ଼ିଆଣୀମାନେ ସ୍ୱରଚିତ କବିତା, ସଂଗୀତ ଗାନ ଓ ନୃତ୍ୟ ପରିବେଷଣ କରିଥିଲେ। ଏଥି ସହିତ ରଜପାନ ଓ ପୋଡ଼ପିଠା ବି ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଯୋଗଦେଇଥିଲେ।

Panda Mobile only

ଅନସୂୟା ସାହୁଙ୍କ ସଂଯୋଜନାରେ ତନ୍ଦ୍ରାଳସା ଦାସ, ତନୁଶ୍ରୀ ମହାନ୍ତି, ରାଜଶ୍ରୀ ଶତପଥୀ, ମଧୁସ୍ମିତା ଶା, ମମତା ଦାସ, ଅମ୍ବିକା ଆଚାର୍ଯ୍ୟ, ବନଜା ମହାପାତ୍ର, କାଦମ୍ବିନୀ ପାଲ, ମିନତି ପ୍ରଭା ଦାସ, ବିଦ୍ୟୁତପ୍ରଭା ନନ୍ଦ, ଦୀପିକା ରାଓ, ମୀନା ପାଣିଗ୍ରାହୀ, ପାର୍ବତୀ ମହାନ୍ତି, ରୀତାଞ୍ଜଳି ମିଶ୍ର, ମଧୁସ୍ମିତା ରାୟ, ବେବିରାଣୀ ଦାସ, ସୌଭାଗ୍ୟ ଲକ୍ଷ୍ମୀ ମହାନ୍ତି, କ୍ଷଣପ୍ରଭା ମହାନ୍ତି ଓ ଦେବସ୍ମିତା କର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପରଲୋକଗତ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଉଦ୍ଦେଶ୍ୟରେ ଛନ୍ଦା ମିଶ୍ର ଗାଇଥିଲେ ‘ଜୟ ଯଦୁ ନନ୍ଦନ…’, ସେହିଭଳି ରସରାଜ ନାରାୟଣ ପ୍ରସାଦ ସିଂଙ୍କ ସ୍ମୃତିରେ ଅର୍ଣ୍ଣବ ପଣ୍ଡା ଗାଇଥିଲେ ‘ମରମ ତଳେ ଆତୀତ ଯେ ମରେନା…’, ପରଲୋକାଗତ ଅଭିନେତ୍ରୀ ଅନିତା ଦାସଙ୍କ ସ୍ମୃତିରେ ଲିପ୍‌ସା ମିଶ୍ର ଓ ସିଦ୍ଧାନ୍ତ ଶତପଥୀ ଗାଇଥିଲେ ‘ଝୁଲି ଝୁଲି ଖେଳେ ଦୋଳି ଟିକି ନାଆ ମୋର…’। ଏଥିରେ ପାର୍ବତୀ ମହାନ୍ତି ଓ ଦୀପିକା ରାଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ଦିବ୍ୟଜ୍ୟୋତି ସ୍ମୃତି ସଂସ୍କୃତି ପୀଠ, ଭୁବନେଶ୍ୱରର କଳାକାରମାନେ। ଶିଶୁ ଓ କିଶୋରଙ୍କ ମଧ୍ୟରେ ରଜ ସମ୍ବନ୍ଧୀୟ ଚିତ୍ରଙ୍କନ ପ୍ରତିଯୋଗିତା ହେଇଥିଲା। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ୨୦୧୮ ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ, ସଂଭାବନାର ସଂପାଦକ ଦେବ ପରିଜା, ଟ୍ରଷ୍ଟି ସ୍ମୃତି ମହାନ୍ତି ଓ ଓଡ଼ିଆଣୀ ସମିିତିର ସଂଯୋଜିକା ସୌଦାମିନୀ ସାମଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ, ଅଭିରାମ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.