ସରକାରୀ ଅବହେଳା ଅଭିଯୋଗ: ଧାରଣା ଦେଲେ କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର : ସର୍ବଶିକ୍ଷା ଅଭିଯାନ ଅଧୀନରେ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାର୍ଟ ଟାଇମ୍‌ ନିଯୁକ୍ତି ପାଇଥିବା କଳା ଓ କ୍ରୀଡ଼ା ଶିକ୍ଷକମାନେ ଅବହେଳାର ଶିକାର ହୋଇଛନ୍ତି। ୨୦୧୩ ମସିହାରେ ସେମାନେ ଶ୍ରେଣୀ ପିଛା ୧୦୦ ଟଙ୍କା (ସର୍ବାଧିକ ୨୪୦୦) ପାଉଥିବା ବେଳେ ୨୦୧୫ ମସିହାରୁ ଏହି ଦରମା ୫୫୫୫ କରାଯାଇଛି। ସେପ୍ଟେମ୍ବର ମାସରେ ପୂର୍ବବତ୍‌ ଶ୍ରେଣୀ ପିଛା ୧୦୦ ଦେବାପାଇଁ ସ୍ଥିର ହୋଇଛି। ଏଣୁ ଏହି ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଚାକିରି ସର୍ତାବଳୀ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ସଦଂଘର ସଭାପତି ଅର୍ଚ୍ଚନା ଆଚାର୍ଯ୍ୟଙ୍କ ନେତୃତ୍ୱରେ ନିଖିଳ ଉତ୍କଳ ଚାରୁକଳା ସଂଘର ସମ୍ପାଦକ ପ୍ରଦୀପ ଦାସ, ଉଚ୍ଚପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଶ୍ମିରଞ୍ଜନ ସାହାଣୀ, ସୁଶାନ୍ତ ସାହୁ ପ୍ରମୁଖ ପ୍ରଧାନମନ୍ତ୍ରୀ ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର