ଓଡ଼ିଶା ପରିବେଶ କଂଗ୍ରେସ ପକ୍ଷରୁ ପ୍ରତିଯୋଗିତା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ‘ଓଡ଼ିଶା ପରିବେଶ କଂଗ୍ରେସ-୨୦୧୭’। ପରିବେଶ ଓ ନିରନ୍ତର ନଦୀ ଅବବାହିକା ବିଷୟକୁ ନେଇ ଅନୁଷ୍ଠିତ ହେବାକୁ ଥିବା ତିନିଦିନିଆ ଏହି ଜାତୀୟ ମେଗା ସମ୍ମିଳନୀ ପାଇଁ ଓଡ଼ିଶା ପରିବେଶ କଂଗ୍ରେସ ତରଫରୁ ଆଜି ସହରସ୍ତରୀୟ ପ୍ରତିଯୋଗିତା ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପୂର୍ବତନ ରାଜସ୍ୱ ପରିଷଦର ସଦସ୍ୟ ଅରବିନ୍ଦ ବେହେରା ଓ ଓଇଆରସି ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ରାୟ ଉଦ୍‌ଘାଟନ କରିଥିଲେ। ପ୍ରଫେସର୍‌ ପ୍ରତାପ ଆଚାର୍ଯ୍ୟ, ଡ. ବିଶ୍ୱ ଚରଣ ସାହୁ, ଡ.ରବି ନାରାୟଣ ସାହୁ, ଡ. ସଂଗ୍ରାମ କେଶରୀ ରାଉତ, ଡ. ଅନନ୍ତ କିଶୋର ଜେନା, ଡ. ଶଙ୍କର ତ୍ରିପାଠୀ, ଧଉଳି ଆର୍ଟକଲେଜର ଅଧ୍ୟାପକ ପଞ୍ଚାନନ ସାମଲ, ବିଶ୍ୱକାନ୍ତ ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଆୟୋଜକ କମିଟି ତରଫରୁ ସିଆର ଦାସ, ବିବି ସାମନ୍ତ, ପ୍ରେମାନନ୍ଦ ପରିଡ଼ା, ହରେକୃଷ୍ଣ ପ୍ରହରାଜ ଓ ସୁଧାଶୁ ବେହେରା ମନୋଜ ଜେନା ଉପସ୍ଥିତ ଥିଲେ। ରଘୁନାଥ ମଣ୍ଡଳ ଓ ନିରଦ ଖୁଣ୍ଟିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଜଶ୍ରୀ ପ୍ରିୟଦର୍ଶିନୀ, ଲଗ୍ନାମୟୀ ରାଓ, ଝିଲି ସେନାପତି, ସନ୍ତୋଷ ସାହୁ ଓ ମନୋଜ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର