ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ‘ଫାଇନ ହାର୍ଟ’

ଭୁବନେଶ୍ୱର: ଆଜି ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ତରଫରୁ ସ୍କୁଲ ପିଲାମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଚିତ୍ରକଳା ଓ ହସ୍ତଶିଳ୍ପ କର୍ମଶାଳା ‘ଫାଇନ ହାର୍ଟ’ ଆରମ୍ଭ ହୋଇଯାଇଛି। କର୍ମଶାଳାକୁ ଅଭିନେତା ଶ୍ରୀକାନ୍ତ ଗୌତମ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପିଲାମାନଙ୍କୁ ଏପରି ସୁଯୋଗ ଦେଇଥିବାରୁ କର୍ମକର୍ତ୍ତାମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। କର୍ମଶାଳାରେ ଓଡ଼ିଶାର ଯୁବଶିଳ୍ପୀ ମୌସୁମୀ ମିଶ୍ର, ନରୋତ୍ତମ ଦାସ, ଶାରଦା ପ୍ରସାଦ ରାଉତ, ଶତ୍ରୁଘ୍ନ ମେହେର, ମନୋରମା ଦାସ, ବନ୍ଦିତା ଦେ, ପୂଜା ମହାନ୍ତି ପ୍ରମୁଖ ପିଲାମାନଙ୍କୁ ନୂଆ ଶୈଳୀରେ ବିଭିନ୍ନ କାରୁକାର୍ଯ୍ୟ ଶିକ୍ଷା ଦେବେ। ଏହି ପ୍ରଶିକ୍ଷଣ ଶିବିରଟି ୧୫ ଦିନ ଧରି ଚାଲୁ ରହିବ। ଏଥିରେ ଟେରାକୋଟା, କୁମ୍ଭାର ଚକିରେ ନିର୍ମିତ ମାଟିପାତ୍ର, ପଟ୍ଟଚିତ୍ର, ଗ୍ଲାସ୍‌ ପେଣ୍ଟିଙ୍ଗ୍‌, ସ୍ୟାଣ୍ଡ୍‌ ଆର୍ଟ, ଫଟୋଫ୍ରେମ, କାନଭାସ ପେଣ୍ଟଙ୍ଗ୍‌ ଆଦି ୧୨ ପ୍ରକାର ଶିକ୍ଷା ଦିଆଯିବ ବୋଲି ତାରାକାନ୍ତ ପରିଡ଼ା ଜଣାଇଥିଲେ। ଓକିଲ ସସ୍ମିତା ନାୟକ, ସଦସ୍ୟ ସତ୍ୟବ୍ରତ ଜେନା, ଚିତ୍ରଶିଳ୍ପୀ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ସୁବ୍ରତ ମହାନ୍ତି ଓ ସୌମ୍ୟରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର