‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟା : ମୁଖାରୀରେ ରାଗ ପଚାର ସହି ଗୋ…

ଭୁବନେଶ୍ୱର : ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆୟୋଜିତ ‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୧୮’ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ପ୍ରଥମେ ମର୍ଦ୍ଦଳରେ ତାଳ ତ୍ରିପଟା ପରିବେଷିତ ହୋଇଥିଲା। ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଶିଷ୍ୟମାନେ ଏହାକୁ ପରିବେଷଣ କରିଥିଲେ। ଏହା ପରେ ସଙ୍ଗୀତା ଗୋସାଇଁଙ୍କ କଣ୍ଠରୁ ରାଗ ମୁଖାରୀରେ ପଚାର ସହି ଗୋ…. ଓ ପରେ ପରେ ଚମ୍ପୁ ନୂଆ ନଟପଟଳି…. ଶୁଣିବାକୁ ମିଳିଥିଲା। ଏହା ପରେ ଗୁରୁ ସୀମାଞ୍ଚଳ ଦାସ ରାଗ ସିଂହେନ୍ଦ୍ରୀ ମାଧ୍ୟମରେ ସଂଗୀତ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳକାନ୍ତ ମିଶ୍ର ଓ ପୂର୍ବତନ ପ୍ରଶାସକ ଦୁର୍ଗାଚରଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ସଭାପତି ଧୀରେନ୍ଦ୍ର କୁମାର ରାୟ, ଉପସଭାପତି କ୍ଷୀରୋଦ ପଟ୍ଟନାୟକ, ସମ୍ପାଦକ ଗୁରୁ ରାମହରି ଦାସ ଓ କୋଷାଧ୍ୟକ୍ଷ ରଘୁନାଥ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର