ଓଡ଼ିଶୀରେ ‘ଜଗନ୍ନାଥ ଅଷ୍ଟପଦକ’

ଭୁବନେଶ୍ୱର: ଶଙ୍କରାଚାର୍ଯ୍ୟଙ୍କ ରଚିତ ‘ଜଗନ୍ନାଥ ଅଷ୍ଟପଦକ’ରେ ନୃତ୍ୟଶିଳ୍ପୀ ରବିଶଙ୍କର ମାଝୀଙ୍କ ଓଡ଼ିଶୀ ନୃତ୍ୟ ଆଜି ଦର୍ଶକଙ୍କ ମନ ମୋହିଥିଲଶ। ଦ୍ୱିତୀୟରେ ପ୍ରଶାନ୍ତି ଜେନା ଦୁର୍ଗାସ୍ତୁତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ଅଭିପ୍ସା ଭଞ୍ଜ, ରାଜଶ୍ରୀ ମହାପାତ୍ର, ଅନନ୍ୟା ଓ ପଲ୍ଲବୀ ସେମାନଙ୍କ ଓଡ଼ିଶୀ ନୃତ୍ୟରେ ଆଜି ସଂଧ୍ୟାରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ ସୁରଭିର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା କୃଷ୍ଣବନ୍ଦନା, ସ୍ଥାୟୀ ନୃତ୍ୟ, ମହାକାଳୀ ଧ୍ୟାନ, କଳାବତୀ ପଲ୍ଲବି ନୃତ୍ୟ ପରିବେଷିତ ହୋଇଥିଲା। ଜୟଦେବ ଭବନଠାରେ ଆୟୋଜିତ ଏକାମ୍ର ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟାରେ ଆଜି ଗୁରୁ କେଶବ ରାଉତ, କ୍ୟାପଟେନ୍‌ ବିକାଶ ପାତ୍ର, ଗୁରୁ ଦୁର୍ଗାଚରଣ ରଣବୀର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଗୁରୁ ପୀତାମ୍ବର ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସାଗର କୁମାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର