ଓଡ଼ିଶା ନୃତ୍ୟଶିଳ୍ପୀଙ୍କ ଜାପାନରେ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱର : ତ୍ରିଧାରା ଓଡ଼ିଶୀ ଡ୍ୟାନ୍ସ ଗ୍ରୁପ୍‌ର ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ୪ଜଣ ନୃତ୍ୟଶିଳ୍ପୀ ଦୀପିକା ପ୍ରିୟଦର୍ଶିନୀ, ପ୍ରଭୁତୋଷ ପଣ୍ଡା, ସ୍ୱାତୀ ସାଗରିକା ପଣ୍ଡା ଓ ଆରୟା ନନ୍ଦ ଜାପାନ ଗସ୍ତ କରି ଫେରିଛନ୍ତି। ଏମାନଙ୍କ ସହିତ ଜାପାନ ନୃତ୍ୟଶିଳ୍ପୀ ଚିସାତୋ ମିଉରା ମଧ୍ୟ ଅଛନ୍ତି। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଜାପାନର ନାଗୋୟା, କାୱାଶାକୀ, କନଗୱା, ସେଟୋ, ଆଇଚି, କାରିଆରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଦୀପିକା ଏବେ ବିଜେବି କଲେଜର +୩ ବିଜ୍ଞାନ ଛାତ୍ରୀ। ସେ ସଚିବାଳୟର ଅବସରପ୍ରାପ୍ତ ଯୁଗ୍ମ ଶାସନ ସଚିବ ତଥା ଭୁବନେଶ୍ୱର କଳାକେନ୍ଦ୍ରର ପୂର୍ବତନ ସାଧାରଣ ସଂପାଦକ ସ୍ୱର୍ଗତ ଗୋପାଳ ଚନ୍ଦ୍ର ସେଠୀଙ୍କ ଝିଆରୀ ଏବଂ ସଚିବାଳୟର ବରିଷ୍ଠ ବ୍ୟକ୍ତିଗତ ସଚିବ ବସନ୍ତ କୁମାର ସେଠୀ ଓ ସବିତାରାଣୀ ସେଠୀଙ୍କ କନ୍ୟା।

ସମ୍ବନ୍ଧିତ ଖବର