ଓଡ଼ିଶୀ ସଙ୍ଗୀତ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଯାଇଛି ‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୧୮’। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସୂଚନା କମିସନର୍‌ ସୁନିଲ ମିଶ୍ର, ଗୁରୁ ରାମହରି ଦାସ, ଫାଉଣ୍ଡେସନ୍‌ର ଆବାହକ ଅରକ୍ଷିତ ଦାଶ ଓ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ବୃନ୍ଦ ଗାୟନରେ ସରସ୍ୱତୀ ବନ୍ଦନା ଓ ଆନନ୍ଦ ବୈରବୀ ରାଗରେ ‘ଏ ଘନ ଦିନ ଏକା ନେବେ କି କରି’ ପରିବେଷଣ କରାଯାଇଥିଲା। ଏହାପରେ ଶ୍ୟାମାମଣୀ ପଟ୍ଟନାୟକ, ଗୁରୁ ରବୀନ୍ଦ୍ର କୁମାର ମିଶ୍ର, ମିତାଲି ଚିନ୍ନାରା, ଗୁରୁ କେଶବଚନ୍ଦ୍ର ରାଉତ, ଭାରତୀ ଜେନା, ହରପ୍ରିୟା ସ୍ୱାଇଁ, ନାଜିୟା ସୟଦ, ଗୁରୁ ସୁଧାଂଶୁ ଶେଖର ବିଶ୍ୱାଳ, ଆଶାଲତା ଷଡ଼ଙ୍ଗୀ, ପ୍ରାଚୀ କାନୁନ୍‌ଗୋ ଓ ଗୁରୁ ବିଜୟ ମିଶ୍ର ଏକକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାନ ପରିବେଷଣ କରିଥିଲେ। ମିତାଲି ଚିନ୍ନାରା ରାଗ ମଙ୍ଗଳା କାମୋଦିରେ ‘ସହଚରି କି ବୁଦ୍ଧି କରିବି’ ଓ ଗୁରୁ ରବୀନ୍ଦ୍ର ମିଶ୍ର ‘ଅନା ଅନା ସୁନୟନା’ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧିତ ଖବର