ଓଡିଏମ୍‌ ବାର୍ଷିକୋତ୍ସବ ‘ସ୍ପେକ୍ଟ୍ରା-୨୦୧୯’ ଉଦ୍‌ଯାପିତ: ‘ଶ୍ରେଷ୍ଠ ବିଚାରଧାରା ହିଁ ଉତ୍ତମ ସ୍ବପ୍ନକୁ ଜନ୍ମ ଦିଏ’

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଓଡିଏମ୍‌ ପବ୍ଳିକ୍‌ ସ୍କୁଲ ପରିସରରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକୋତ୍ସବ ‘ସ୍ପେକ୍ଟ୍ରା-୨୦୧୯’ ଉଦ୍‌ଯାପିତ ହୋଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି, ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ ଟି.ମାଟେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ କୃତିତ୍ବକୁ ପ୍ରଶ˚ସା କରିବା ସହ ଶ୍ରେଷ୍ଠ ବିଚାରଧାରା ହିଁ ଉତ୍ତମ ସ୍ବପ୍ନକୁ ଜନ୍ମ ଦିଏ ବୋଲି କହିଥିଲେ। ଆତ୍ମବିଶ୍ବାସ ଓ ନିରନ୍ତର ଚେଷ୍ଟା ଜାରି ରଖିଲେ ଛାତ୍ରଛାତ୍ରୀ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ.ମୀନକେତନ କହିଲେ ଏହି ପବିତ୍ର ଦିବସରେ ପୂଜ୍ୟପୂଜାର ଉତ୍ସବକୁ ପିତାମାତାଙ୍କ ନାମରେ ଉତ୍ସର୍ଗୀକୃତ କରିବା। ସେମାନଙ୍କ ଉପଦେଶକୁ ଚିନ୍ତନ ଓ ମନନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା। କୁନି ପିଲାମାନଙ୍କ ଦ୍ବାରା ରଚିତ ପୁସ୍ତକ ‘ଆସ ଶପଥ ନେବା: ପିତାମାତା ଆମ ଜୀବନ୍ତ ଦେବତା’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡ. ପିକେ ଦାସ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷା ଝିନୁକ୍ତା ରାୟ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗା‌ରଙ୍ଗ ସା˚ସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର