ଡଟ୍‌ ଫେଷ୍ଟ୍‌ରେ ଆଶ୍ରୟସ୍ଥଳୀର ଅନ୍ତେବାସୀ, ମନଭରି ଖାଇଲେ, ଶାନ୍‌ଙ୍କୁ ଶୁଣିଲେ

ଭୁବନେଶ୍ବର: ସହରାଞ୍ଚଳ ଆଶ୍ରୟସ୍ଥଳୀର ୨୩୦ଜଣ ଅନ୍ତେବାସୀ ଆଜି ଡଟ୍‌ ଫେଷ୍ଟ୍‌ରେ ଶାନ୍‌ଙ୍କ ସୋ ଉପଭୋଗ କରିବା ସହ ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ରେ ବୁଲି ମନଭରି ଖାଇଛନ୍ତି। ବିଏମ୍‌ସି ପକ୍ଷରୁ ଆଜି ଏହିଭଳି ବ୍ୟବସ୍ଥା କରାଯାଇଥିଲା। ୭ଟି ଆଶ୍ରୟସ୍ଥଳୀରୁ କିଛି ବରିଷ୍ଠ ନାଗରିକଙ୍କୁ ହ୍ବିଲ୍‌ ଚେୟାରରେ ମଧ୍ୟ ଅଣା ଯାଇଥିଲା। ୭୬ବର୍ଷୀୟ କାଳୁଚରଣ ମହାନ୍ତି ଆଜି ଏହି ଉତ୍ସବ ବୁଲିବାକୁ ସୁଯୋଗ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ସେ କହିଛନ୍ତି ଯେ, ମୁଁ ଏମିତି ସ୍ଥାନ ବୁଲିବି ବୋଲି କେବେ ବି ଭାବିନଥିଲି। ମାତ୍ର ଆଜି ସୁଯୋଗ ଦେଇଥିବାରୁ ବିଏମ୍‌ସିକୁ ବହୁତ ଧନ୍ୟବାଦ। ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ମାନବୀୟ ମୂଲ୍ୟବୋଧକୁ ସବୁବେଳେ ବିଏମ୍‌ସି ଗୁରୁତ୍ବ ଦେଇ ଆସିଛି। ତେଣୁ ଅନ୍ତେବାସୀଙ୍କ ମୁହଁରେ ଖୁସି ପାଇଁ ଡଟ୍‌ ଫେଷ୍ଟ୍‌ ଆମେ ଏହି ଅନ୍ତେବାସୀଙ୍କୁ ସାମିଲ୍‌ କରିଛୁ।

ସମ୍ବନ୍ଧିତ ଖବର