ପ୍ରତୀକ୍ଷାରେ ପାଞ୍ଚ ବର୍ଷ : ଅସହାୟ ବୃଦ୍ଧାଙ୍କୁ ସାହା ହେବ କିଏ

0 23

ଭୁବନେଶ୍ୱର : ସଂସାର ବୋଲି କେବଳ ସ୍ୱାମୀ ଥିଲେ। ସେ ଚାଲିଗଲା ପରେ ମୋର ଆଉ କେହି ନାହାଁନ୍ତି ଏ ଦୁନିଆରେ। ଜୀବନର ଷାଠିଏ ବର୍ଷ କାଳ ବିଏମସିରେ ଝାଡ଼ୁଦାର ରୂପେ କାମ କଲି । ଚାକିରି ସରିଲା ପରେ ମିଳିଲାନି ଭତ୍ତା। ପେଟ ପୋଷିବା ପାଇଁ ଘରଘର ବୁଲି ବାସନ ମାଜିବାକୁ ପଡ଼େ। ବୟସ ହେବାରୁ ଆଖିକୁ ଆଉ ଭଲ ଦେଖା ଯାଉନି। ଭତ୍ତା ପାଇଁ ବିଏମସି କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ଥକି ଗଲିଣି। ତଥାପି କିଛି ଫଳ ମିଳୁନାହିଁ। ସବୁଆଡ଼ୁ ନିରାଶ ହେବା ପରେ ଏଭଳି ଦୁଃଖଭରା ଅଭିଯୋଗ କରିଛନ୍ତି ଚାଇନା ଦେଇ (୬୪)।

ଚାଇନାଙ୍କ କହିବାନୁଯାୟୀ ସେ ୨୦୦୩ରେ ବିଏମ୍‌ସିରୁ ଅବସର ନେଲେଣି। ଅବସର ନେବାର ୪ ବର୍ଷ ହେଲାପରେ ମଧ୍ୟ ତାଙ୍କୁ ମିଳୁ ନାହିଁ ଭତ୍ତା। ସେ ଏ ନେଇ ବିଏମସି କାର୍ଯ୍ୟାଳୟଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ବାରମ୍ବାର ଦୁଉଡ଼ୁଥିଲେ ମଧ୍ୟ କିଛି ଫଳ ମିଳିନାହିଁ। ଓଲଟି ତାଙ୍କୁ ବିଏମସି ତରଫରୁ ମିଳିଥିବା କ୍ୱାର୍ଟର୍ସକୁ ଛାଡ଼ିବାକୁ ନୋଟିସ ଦିଆଯାଇଛି। ଏପଟେ ନିଜେ ରୋଜଗାର କରିପାରୁନଥିବା ଚାଇନାଙ୍କୁ ତାଙ୍କର ଏକମାତ୍ର ଆଶ୍ରୟ କାଢ଼ି ନିଆଯିବାର ଚିନ୍ତାରେ ସେ ଭାଙ୍ଗି ହୋଇ ପଡ଼ିଛନ୍ତି। ଚାଇନାଙ୍କ କହିବା କଥା ସେ ମାଗିଜାଚି ଯାହା ଆଣନ୍ତି ଦୁଃଖ କଷ୍ଟରେ ଦିନ କଟିଯାଏ। ଖାଇବାକୁ ନଥିଲେ ମଧ୍ୟ ମୁଣ୍ଡ ଉପରେ ଆଶ୍ରୟ ଥିବା କଥା ଭାବି କାଟିଦିଅନ୍ତି ରାତି। କିନ୍ତୁ ସେହି ଆଶ୍ରୟ ଖଣ୍ଡକ ଏବେ ଚାଲିଯିବା ଭୟରେ ରାତିରେ ତାଙ୍କୁ ନିଦ ହଉନ। ବରିଷ୍ଠ ନାଗରିକଙ୍କୁ ନେଇ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଚାଇନା ଭଳି ବୃଦ୍ଧା ଆଜିବି ଅବହେଳିତ। ଚାଇନା ଘର ଛାଡ଼ିବାପରେ ତାଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ବିଏମସିର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.