ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ, ବୃଦ୍ଧ ଗିରଫ

ଭୁବନେଶ୍ୱର : ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ୭୦ବର୍ଷର ବୃଦ୍ଧଙ୍କୁ ଗିରଫ କରିଛି। ସେ ହେଲେ, ଝାରପଡ଼ା ଫିସେରି ଲେନ୍‌ରେ ରହୁଥିବା ତ୍ରିନାଥ ଦୋରା। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ। ପୁଲିସ ସୂଚନା ମୁ୍ତାବକ, ଗତ ସନ୍ଧ୍ୟାରେ ୧୪ ବର୍ଷର ଜଣେ ନାବାଳକ ତ୍ରିନାଥଙ୍କ ଘର ସାମ୍ନା ଦେଇ ଆସୁଥିବା ବେଳେ ତ୍ରିନାଥ ତାକୁ ଘରକୁ ଡାକିଥିଲେ। ପରେ ବାଡ଼ି ପଟକୁ ନେଇ ଅପ୍ରାକୃତିକ ଯୌନସମ୍ବନ୍ଧ ରଖିଥିଲେ। ନାବାଳକ ସହ ଥିବା ତାଙ୍କର ଜଣେ ସାଙ୍ଗ ଏ ସଂପର୍କରେ ଘରେ କହିବା ପରେ ନାବାଳକର ମା’ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରିଥିଲେ। ପରେ ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର