ଚନ୍ଦ୍ରଶେଖରପୁର : ଆକ୍ରମଣ କରି ଯୁବକଙ୍କ ମୁଣ୍ଡ ଫଟାଇଦେଲେ, ଜଣେ ଗିରଫ

ହୋଟେଲ୍ ଆଗରୁ କାର୍ ଚୋରି

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଛକରେ ଜଣେ ଯୁବକ ଆଉ ଜଣେ ଯୁବକଙ୍କୁ ହାତରେ ପିନ୍ଧିଥିବା ଖଡ଼ୁରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଛି। ଆହତ ଯୁବକଙ୍କ ମୁଣ୍ଡରେ ୧୧ଟି ଷ୍ଟିଚ୍‌ ପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ଅଭିଯୁକ୍ତ ବୀରେନ୍ଦ୍ର ଦାସ(୨୧)କୁ ଗିରଫ କରି କୋର୍ଟ ଚାଲଣ କରିଛି। ଘଟଣା ଅନୁଯାୟୀ ବୀରେନ୍ଦ୍ର ଘର ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ଗ୍ରାମରେ। ସେ ଗତକାଲି ରାତିରେ ତାରିଣୀ ମନ୍ଦିର ଛକରେ ମାନସ ଚନ୍ଦ୍ର ମହାନ୍ତି ନାମକ ଜଣେ ଯୁବକଙ୍କ ସହ ଧାର ଟଙ୍କାକୁ କେନ୍ଦ୍ର କରି ଯୁକ୍ତିତର୍କ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ବୀରେନ୍ଦ୍ର ରାଗିଯାଇ ମାନସଙ୍କୁ ଖଡ଼ୁରେ ଆକ୍ରମଣ କରିଥିଲା। ସୂଚନା ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବୀରେନ୍ଦ୍ରକୁ ଗିରଫ କରିଥିଲା।

ହୋଟେଲ୍ ଆଗରୁ କାର୍ ଚୋରି
ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ହୋଟେଲ୍ ସୁରଜ ସମ୍ମୁଖରୁ ଏକ କାର୍‌କୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ କେସ୍‌ ନଂ. ୩୩୯/୧୯ରେ ମାମଲା ରୁଜୁ ହୋଇଛି। ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ତଦନ୍ତ ଚଳାଇଛି। ଗତକାଲି ମଧ୍ୟାହ୍ନରେ ରଘୁନାଥପୁରର ମଳୟ ପାତ୍ର ନାମକ ଯୁବକ ହୋଟେଲ ଆଗରେ କାର୍‌ (ଓଡି୦୨ଏଜେ-୯୧୮୦) ରଖି ଭିତରକୁ ଯାଇଥିବା ବେଳେ ଜଣେ ଦୁର୍ବୃତ୍ତ ମାଷ୍ଟର କି’ ସାହାଯ୍ୟରେ କାର୍ ନେଇ ପଳାଇଥିଲା। ମଳୟ ଗାଡ଼ି ନପାଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର