‘କଲାମଙ୍କ ପାଇଁ ଗୋଟିଏ ଦିନ…’

ଅନ୍ୟର ହିତ ପାଇଁ ସହାୟତାର ହାତ ବଢ଼ାଇବା

ଭୁବନେଶ୍ବର: ଶୈଶବ ଇଣ୍ଡିଆ‌ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଏପି‌େଜ ଅବଦୁଲ କଲାମଙ୍କ ୮୭ତମ ଜୟନ୍ତୀରେ ‘କଲାମଙ୍କ ପାଇଁ ଗୋଟିଏ ଦିନ..’ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଯେଉଁ ଲୋକ ଚିରଦିନ ଦାରିଦ୍ର୍ୟ ଭିତରେ ସନ୍ତୁଳି ହୁଏ, ତାକୁ ସହାୟତାର ହାତ ବଢ଼ାଇବା ଆମର କର୍ତବ୍ୟ। ଜନସାଧାରଣଙ୍କ ହିତ ପାଇଁ ସବୁବେଳେ ନିଜକୁ ଉତ୍ସର୍ଗୀକୃତ କରିବା ଆବଶ୍ୟକ ବୋଲି ଶ୍ରୀ ଲାଲ୍‌ କହିଥିଲେ। ସଂଗଠନର ଅଧ୍ୟକ୍ଷ ତଥା ଅଭିନେତା ମୁନ୍ନା ଖାଁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ନାଇଜରର କୁଳସଚିବ ଅଭୟ ନାୟକ, ବୈଜ୍ଞାନିକ ଚିତ୍ତରଂଜନ ମିଶ୍ର ଯୋଗଦେଇ କଲାମଙ୍କ ସ୍ମୃତିଚାରଣ କରିଥିଲେ। ସଂଯୋଜକ ରଜନୀକାନ୍ତ ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଶୈଶବ ଇଣ୍ଡିଆ ଫାଉଣ୍ଡେସନର ସଂପାଦିକା ବୀଣାପାଣି ଜୟସିଂ ବିବରଣୀ ପାଠ କରିଥିଲେ। ଉତ୍ସବରେ ସ୍ମରଣିକା ଉନ୍ମୋଚନ ସହ ୱେବ ସାଇଟ୍ ‘www.saisab.in’ ଲୋକାର୍ପିତ ହୋଇଥିଲା। ୭ଜଣ ପ୍ରତିଭାବାନ ଶିଶୁ ଚିତ୍ରକରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଦିଲ୍ଲୀପ କୁମାର ମହାନ୍ତି, ଗଜେନ୍ଦ୍ରନାଥ ବେହେରା ଓ ହେମାମାଳିନୀ ଜୟସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର